ଇରାକ୍ ଉପରେ ପୁଣି ଆମେରିକାର ଏୟାରଷ୍ଟ୍ରାଇକ୍, ୬ ମୃତ

Published By : Prameya-News7 Bureau | January 04, 2020 IST

ଓ୍ବାଶିଂଟନ୍ ୪।୧: କ୍ରମାଗତ ଦ୍ବିତୀୟ ଦିନରେ ଇରାକ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ରିପୋର୍ଟ ଅନୁସାରେ ଦ୍ବିତୀୟ ଦିନର ଆକାଶମାର୍ଗରୁ ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ବାଗଦାଦର ଉତ୍ତର ଅଂଚଳକୁ ନିଶାନା କରି ଆକ୍ରମଣ କରିଛି ଆମେରିକା । ଆମେରିକା ଏହି ଆକ୍ରମଣରେ ଇରାକର ହଶଦ ଅଲ ସାବୀର କମାଣ୍ଡରକୁ ଟାର୍ଗେଟ୍ କରି କରିଥିଲା । ଏଥିରେ ମୃତାହତଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡିନାହିଁ ।

{"id":206522,"sizeSlug":"large"}

ଇରାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଆକ୍ରମଣ ବାଗଦାଦର ଉତ୍ତର ଅଂଚଳ ତାଜି ରୋଡ୍ ନିକଟରେ ହୋଇଛି । ତେବେ ଆକ୍ରମଣ ସମୟରେ କାଫିଲାରେ ହଶଦ-ଅଲ୍-ସାବିର ଏବଂ କୌଣସି ବଡ କମାଣ୍ଡର ନଥିଲେ ।

{"id":206523,"sizeSlug":"large"}

ଇରାକର ସରକାରୀ ଅଧିକାରୀଙ୍କ ମୁତାବିକ ଦୁଇଟି କାର୍ କୁ ଲକ୍ଷ୍ୟ କରାଯାଇ ଏୟାର ଷ୍ଟ୍ରାଇକ୍ ହୋଇଛି । ଯେଉଁଥିରେ ଇରାନ୍ ସମର୍ଥିତ ସୈନ୍ୟ ଥିଲେ । ଆକ୍ରମଣରେ ହଶଦ-ଅଲ୍-ସାବିର ୬ଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଛି ।

{"id":206524,"sizeSlug":"large"}

ଶୁକ୍ରବାର ଆମେରିକା ପକ୍ଷରୁ ଆକାଶମାର୍ଗରୁ ହୋଇଥିବା ଆକ୍ରମଣରେ ଇରାନର ପାୱାରଫୁଲ କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.