Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

F-35 ବିମାନ ଛାଡିବାକୁ ଚାହୁଁଛି ଆମେରିକା ବାୟୁସେନା,ଜାଣନ୍ତୁ କାହିଁକି ?

24/02/2021 at 11:04 PM

ୱାସିଂଟନ : ଆମେରିକା ବାୟୁସେନାର ତାକତ କୁହାଯାଉଥବା ଏଫ-୩୫ ଯୁଦ୍ଧ ବିମାନ ଏବେ ନିଜ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଷ୍ଟିଲଥ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧ ବିମାନ ଶୀତଳ ଯୁଦ୍ଧକାଳରେ ବିକଶିତ ହୋଇଥିଲା। ତେବେ ବାୟୁସେନା ଏହା ବଦଳେ ଶସ୍ତା ଓ ହାଲୁକା ଯୁଦ୍ଧବିମାନ ଆବଶ୍ୟକ କରୁଥିବା ନିଜେ ଆମେରିକା ବାୟୁସେନା ମୁଖ୍ୟ ଚାର୍ଲସ ବ୍ରାଉନ ଜୁନିୟର କହିଛନ୍ତି।

ଷ୍ଟିଲଥ୍ ଏଫ-୩୫ ଯୁଦ୍ଧବିମାନ କେବଳ ମହଙ୍ଗା ନୁହେଁ ପାଇଲଟଙ୍କ ଲାଗି ଜଟିଳ ମଧ୍ୟ। ଓଜନଦାର ବିମାନ ଏତେ ବିଶ୍ୱସ୍ଥ ମଧ୍ୟ ନୁହେଁ। ତେବେ ଏହା ବଦଳେ ଆଗାମୀ ଦିନରେ ଯେଉଁ ହାଲୁକା ଫାଇଟର ଜେଟ୍‌ ବାୟୁସେନାରେ ସାମିଲ ହେବ ତାହା ପଞ୍ଚମ ପିଢୀର ଟେକ୍ନୋଲଜିରେ ସଜ୍ଜିତ ହୋଇ ମିଳିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି। ତେବେ ବାସ୍ତବତା ହେଉଛି ଗତ କିଛି ବର୍ଷ ହେଲା ବିଶ୍ୱର ପ୍ରତିରକ୍ଷା ବିଶେଷଜ୍ଞମାନେ ଆମେରିକୀୟ ଏଫ-୨୨ ଓ ଏଫ-୩୫ର ବିଶ୍ୱସନୀୟତା ନେଇ ଅଙ୍ଗୁଳି ଉଠାଇ ଆସୁଛନ୍ତି।

ଏବେ ଆମେରିକା ବାୟୁସେନା ମୁଖ୍ୟଙ୍କ ବୟାନ ପରେ ବିଶ୍ୱର ଅତ୍ୟାଧୁନିକ ମନେ କରାଯାଉଥିବା ଷ୍ଟିଲଥ ଫାଇଟର ଜେଟ୍‌ର ଉପଯୋଗୀତାକୁ କାଠଗଡାରେ ଛିଡା କରିଛି। ଆମେରିକା ବାୟୁସେନା ଏହାର ଏଫ-୧୬ ସ୍କ୍ୱାଡ୍ରନକୁ ବଦଳାଇବା ଲାଗି ଅନେକ ପୂର୍ବରୁ କାର୍ଯ୍ୟାରମ୍ଭ କରିଥିଲା। ସେତେବେଳେ ଶସ୍ତା ଓ ହାଲୁକା ଯୁଦ୍ଧବିମାନ ନିର୍ମାଣ ଲାଗି ଗବେଷଣା କରାଯାଉଥିଲା। ତେବେ ୨୦ ବର୍ଷର ଗବେଷଣା ଓ ବିକାଶ ପରେ ଏହା ସ୍ଥାନରେ ବାୟୁସେନାକୁ ଭାରି ତଥା ଜଟିଳ ବୈଷୟିକ ଜ୍ଞାନ କୌଶଳରେ ସଜ୍ଜିତ ଷ୍ଟିଲଥ ଫାଇଟରଜେଟ୍‌ ମିଳିଥିଲା।

ଆମେରିକା ଏୟାରଫୋର୍ସର ଏଫ-୩୫ ବିମାନ ଓଜନ ପ୍ରାୟ ୨୫ ଟନ ପାଖାପାଖି ହେବ। ଶହଶହ ଏଫ-୧୬ ବିମାନ ସ୍ଥାନରେ ଏହାକୁ ଅଣାଯାଇଥିଲା। ହେଲେ ବାୟୁସେନା ସମସ୍ୟା ସମାଧାନ କରିବା ବଦଳେ ଏଫ-୩୫ ବିମାନଗୁଡିକ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ଏହି ସମସ୍ୟାର ସମାଧାନ ଲାଗି ୟୁଏସ୍ ଏୟାରଫୋର୍ସ ଲାଗି ଏକ ନୂଆ ଯୁଦ୍ଧବିମାନର ଆବଶ୍ୟକତା ଦେଖା ଦେଇଛି।

ଇଞ୍ଜିନ ସହିତ ଏକ ଏଫ-୩୫ ବିମାନର ମୂଲ୍ୟ ଆମେରିକୀୟ ମୁଦ୍ରାରେ ୧୦୦ ମିଲିୟନ ଡଲାର ପଡୁଛି। ଏହାକୁ ଯଦି ଅନ୍ୟ ଦେଶକୁ ବିକ୍ରି କରାଯାଏ ଏଥିରୁ ଅତ୍ୟାଧୁନିକ ଉପକରଣ କଢାଯିବା ପରେ ବି ଏହାର ମୂଲ୍ୟ ଉଚ୍ଚା ରହିବ। ଏହି ବିମାନର ରକ୍ଷାଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଢେର ଅଧିକ।

ଏଥିରେ ଏପରି କେତେକ ଅତ୍ୟାଧୁନିକ ଉପକରଣ ରହିଛି ଯେଉଁଗୁଡିକୁ କିଛି ନିଶ୍ଚିତ ଉଡାଣ ଅବଧି ପରେ ପରିବର୍ତ୍ତନ କରିବାକୁ ହୁଏ। ଏଣୁ ଏୟାରଫୋର୍ସର ବଜେଟ ପ୍ରାୟ ଏହି ବାବଦେ ବେୟ ହେଉଛି। ତେବେ ଏହା ଏକ ହାଇଏଣ୍ଡ ଫାଇଟର ଜେଟ୍‌ ବୋଲି କହିଛନ୍ତି ବାୟୁସେନାର ପୂର୍ବତନ ପ୍ରୋଗ୍ରାମ ମ୍ୟାନେଜର ଡେନ ବାର୍ଡ। ଏଣୁ  ଏହାକୁ ଆଲତୁଫାଲତୁ ମିସନରେ ଉପଯୋଗ ନ କରିବା ଲାଗି ସେ କହିଛନ୍ତି। ଆମେରିକା ବାୟୁସେନାରେ ଏବେ ୧ ହଜାର ଏଫ-୧୬ ବିମାନ ଅଛନ୍ତି। ୨୦୦୧ ପରେ ଏଥିରେ ଗୋଟିଏ ବି ନୂଆ ବିମାନ ସାମିଲ ହୋଇ ନାହିଁ। ଏଣୁ ଏହି ବିମାନ ସ୍କ୍ୱାଡ୍ରନଟି ୨୦ ବର୍ଷ ପୂରୁଣା ହୋଇଗଲାଣି। ଏଥିଲାଗି ବାୟୁସେନା ଏବେ ନୂଆ ଅତ୍ୟାଧୁନିକ ବିମାନ ଖୋଜୁଛି।

   Related Posts