ଆମେରିକା ଇଣ୍ଟେଲିଜେନ୍ସ ସଂସ୍ଥା ବି ନାଚାର : କହିଲା, ‘କରୋନା ଭାଇରସ କେଉଁଠି ଏବଂ କେମିତି ଆସିଲା ତାହା ଜାଣିବା ମୁସ୍କିଲ’

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦/୧୦ : କେଉଁଠୁ ଆସିଛି କରୋନା ଭାଇରସ ? ଏହାର ଉତ୍ପତ୍ତିସ୍ଥଳ ପ୍ରକୃତରେ କେଉଁଠୁ ? କିଏ ଦାୟୀ ଏଥିପାଇଁ? ଏ ତମାମ ପ୍ରଶ୍ନ ଗତ ଦେଢ ବର୍ଷ ହେଲା ବିଶ୍ବର ବଡ ବଡ ଦେଶଙ୍କୁ ଆବାକ୍‌ କରିଦେଇଛି । କରୋନା ଭାଇରସ ଚୀନରୁ ଆସିଥିବା ଦାବି କରାଯାଉଥିଲେ ବି ବିଶେଷଜ୍ଞମାନେ ଖୋଜିପାଇବାରେ ବିଫଳ ହୋଇଛନ୍ତି ।

ଆମେରିକା ଗୁଇନ୍ଦା ବିଭାଗ କହିଛି, କରୋନା ସଂକ୍ରମଣ କେଉଁଠାରୁ ବ୍ୟାପିଛି ତାହା କହିବା ମୁସ୍କିଲ । ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭୂତାଣ ପ୍ରକୃତରେ କୌଣସି ପଶୁ ଶରୀରରୁ ବ୍ୟାପିଛି କି ଲ୍ୟାବ୍‌ରୁ ଲିକ୍‌ ହୋଇଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ । ଆମେରିକାର ଇଣ୍ଟେଲିଜେନ୍ସ ବ୍ୟୁରୋ କହିଛି ଯେ, ପ୍ରାକୃତିକ ସୃଷ୍ଟି ହେଉ କିମ୍ବା କୌଣସି ଲ୍ୟାବ୍‌ରୁ ତିଆରି ହୋଇଥାଏ, ଏହା ମଣିଷ ଶରୀରକୁ କ୍ଷତି ପହଞ୍ଚାଇଛି ।

କରୋନା ଭାଇରସକୁ ବାୟୋ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିବା ମଧ୍ୟ ଅନେକ ଦେଶ ଅଭିଯୋଗ କରିଥିଲେ । ଏହା ମାନବ ଜାତିକୁ କ୍ଷତି ପହଞ୍ଚାଇବା ପାଇଁ ଚୀନର ଉହାନ୍‌ ଲାବ୍‌ରେ ତିଆରି କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ ଚୀନର ଉହାନ୍‌ ଲାବ୍‌ ଯାଇ ତଦନ୍ତ କରିଥିଲା । ତଦନ୍ତ ପରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ରିପୋର୍ଟ ମଧ୍ୟ ଦିଆଯାଇଥିଲା ।

କିଛି ଆମେରିକା ଏଜେନ୍ସି କହିଥିଲେ ଯେ, ଭାଇରସର ଉତ୍ପତ୍ତି ପ୍ରକୃତି ଜନୀତ । କିନ୍ତୁ ଏହାକୁ ପ୍ରମାଣ କରିବାରେ ସକ୍ଷମ ହୋଇନଥିଲେ । ଆମେରିକା ଏଣ୍ଟେଲିଜେନ୍ସିର ଆଉ ଏକ ଟିମ କହିଥିଲା ଯେ, କୌଣସି ପଶୁଠାରୁ ହିଁ କରୋନା ଭାଇରସ ବ୍ୟାପିଛି । ସଂକ୍ରମଣ ଚୀନରୁ ବ୍ୟାପିଛି ବୋଲି ଅଭିଯୋଗ ହେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ ଉହାନ ଯାଇ ସେଠାରେ ଯାଞ୍ଚ କରିଥିଲେ । କିନ୍ତୁ ଜିନପିଙ୍ଗ୍‌ ସରକାର ଯାଞ୍ଚରେ ଆଦୌ ସହଯୋଗ କରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.