୩୭କୋଟି ଟଙ୍କାର ଡ୍ରେସ୍ ପିନ୍ଧି ସୋସିଆଲ୍ ମିଡିଆରେ ନିଆଁ ଲଗାଇଲେ ଉର୍ବଶୀ ରୌତେଲା : ଭାଇରାଲ୍ ହେଲା ଫଟୋ

Published By : Prameya-News7 Bureau | November 05, 2020 IST

ମୁମ୍ବାଇ ୫/୧୧: ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତେଲା ଅମାତୋର ଫ୍ୟାଶନ ଫିଲ୍ମରେ ଇଜିପ୍ଟର ରାଣୀ କ୍ଲିଓପାଟ୍ରା ହୋଇଛନ୍ତି। ଏଥିପାଇଁ ସେ ୫ମିଲିୟନ ଆମେରିକୀୟ ଡଲାରର ସୁନା ଡ୍ରେସ୍ ପିନ୍ଧିଛନ୍ତି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୭କୋଟି ୩୪ଲକ୍ଷରୁ ଅଧିକ ଟଙ୍କା।

{"id":356372,"sizeSlug":"large"}

ବଲିଉଡର ଗ୍ଲାମ୍ ଗର୍ଲ ନାଁରେ ଲୋକପ୍ରିୟ ଉର୍ବଶୀ ରୌତେଲା ନିକଟରେ ନେହା କକ୍କର ଏବଂ ରୋହନପ୍ରୀତ ସିଂହଙ୍କ ବିବାହ ରିସେପ୍ସନ୍ ଆଟେଣ୍ଡ କରିଥିଲେ। ଏଠାରେ ସେ ନେହାଙ୍କଠୁ ବି ମହଙ୍ଗା ଲେହଙ୍ଗା ପିନ୍ଧିବା କଥା ସାମନାକୁ ଆସିଥିଲା। ଏହା ଏକ ଲେଜର କଟ ଲେଦର ଲେହେଙ୍ଗା ଥିଲା,ଏହା ସହିତ ଏଥିରେ ଜରଦୋଜି କାମ କରାଯାଇଥିଲା ଏବଂ ଏଥିରେ ଓରିଜିନାଲ୍ ସ୍ବରୋସ୍କି ଲଗା ହୋଇଥିଲା। ଉର୍ବଶୀ ରେନୁ ଟଣ୍ଡନଙ୍କ ଡିଜାଇନରେ ଏହି ଡ୍ରେସ୍ ପିନ୍ଧିଥିଲେ। ଉର୍ବଶୀଙ୍କ ଡ୍ରେସ୍ ଲକ୍ଷ ଟଙ୍କାରୁ ଅଧିକ ଲାଗୁଥିଲା। ଉର୍ବଶୀଙ୍କ ଲେହେଙ୍ଗା ଏବଂ ଜୁଏଲାରୀ ମୋଟ ୫୫ଲକ୍ଷ ଟଙ୍କାର ଥିଲା।

{"id":356373,"sizeSlug":"large"}

ଏବେ ପୁଣି ଥ​‌ରେ ଉର୍ବଶୀ ଚର୍ଚ୍ଚାରେ ଅଛନ୍ତି। ଉର୍ବଶୀ ରୌତେଲା ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ ଦେଖାଇବାରେ କେବେ ପଛାନ୍ତି ନାହିଁ। ଏହା ବ୍ୟତୀତ ସେ ଅର୍ବନ ଦ୍ବାରା ଫିଟେଷ୍ଟ ଓ୍ବିମେନ ଅପ ଦ ଇୟର ମଧ୍ୟ ମନୋନୀତ ହୋଇଥିଲେ। ଏବେ ତାଙ୍କୁ ବିଶ୍ବର ସବୁଠୁ ସୁନ୍ଦର ଏବଂ କାମୁକ ମହିଳା କ୍ଲିଓପାଟ୍ରା ହେବା ପାଇଁ ବଛା ଯାଇଛି। ସେ ୩୭କୋଟି ଟଙ୍କାର ଡ୍ରେସ୍ ପିନ୍ଧିଛନ୍ତି।

{"id":356374,"sizeSlug":"large"}

ଭାରତରେ କିଛି ଦିନ ତଳେ ଉର୍ବଶୀ ରୌତେଲାଙ୍କ ଭର୍ଜିନ ଭାନୁପ୍ରିୟା ରିଲିଜ ହୋଇଥିଲା। ଏହି ଫିଲ୍ମ କରୋନା ଭାଇରସ୍ ଯୋଗୁଁ ଡିଜିଟାଲ୍ରେ ରିଲିଜ କରାଯାଇଛି।

{"id":356375,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.