୪୦ ଲକ୍ଷ ଟଙ୍କାର ବଲ୍ ଗାଉନ୍‌ରେ ନଜର ଆସିଲେ ଉର୍ବଶୀ ରୌତେଲା : ଭାଇରାଲ ହେଉଛି ଫଟୋ...

Published By : Prameya-News7 Bureau | October 14, 2021 IST

ମୁମ୍ବାଇ ୧୪।୧୦ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫ୍ୟାସନ ଲୁକ୍କୁ ନେଇ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚାରେ ଥାଏ। ଏହି ଅଭିନେତ୍ରୀ ନିଜର ହଟ୍‌ ଆଣ୍ଡ ଗ୍ଲାମରସ୍‌ ଲୁକ୍‌ ପାଇଁ ଦର୍ଶକଙ୍କୁ ସବୁବେଳେ ମତୁଆଲା କରିଥାନ୍ତି। ଉର୍ବଶୀ ସମସ୍ତ ଅଭିନେତ୍ରୀଙ୍କ ଠାରୁ ଭିନ୍ନ ଅଟନ୍ତି । ଯେମିତିକି ସେ କାଜୁଆଲ୍ ହେଉ କି ଡିଜାଇନିଂ ଡ୍ରେସ୍‌ ତାଙ୍କୁ ମାନିଥାଏ । ତାଙ୍କୁ ପ୍ରାୟତଃ ସବୁବେଳେ ଭିନ୍ନ ଗେଟ୍‌ଅପ୍‌ ରେ ସବୁଠି ସ୍ପଟ୍ କରାଯାଇଥାଏ । କିନ୍ତୁ ଉର୍ବସୀ ସବୁବେଳେ ସୋସିଆଲ୍ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଥିବା ବେଳେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି ।

ଯେଉଁ ଭିଡିଓରେ ଡିଜାଇନର୍ ମାଇକେଲ୍ ସିଙ୍କୋଙ୍କ ପାଇଁ ରାପ୍‌ରେ ଚାଲିଥିବା ବେଳେ ଉର୍ବଶୀ ରୌତେଲା ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି। ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଡିଜାଇନରଙ୍କ ସହିତ ରାପ୍‌ ଚାଲିର ଏକ ଭିଡିଓ ସେୟାର କରିଛନ୍ତି। ଏହି ରାପ୍‌ରେ ଉର୍ବଶୀ ଏକ ବଡ ବଲ ଗାଉନ୍ ଡ୍ରେସ୍ ପିନ୍ଧିଥିଲେ। ସେ ଏହି ରାପ୍ ଭିଡିଓ ସେୟାର କରୁ କରୁ ୟୁଜର୍ସମାନଙ୍କର କମେଣ୍ଟର ସୁଅ ଦେଖା ଦେଇଥିଲା। ସେ ପିନ୍ଧିଥିବା ଏହି ଡ୍ରେସ୍‌ର ମୂଲ୍ୟ କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କର ବି ମୁଣ୍ଡରେ ଚକ୍କର ଖାଇଯିବ।

wp:html
/wp:html wp:html
/wp:html

ତେବେ ଏହି ବଲ ଗାଉନ୍‌ର ଦାମ ହେଉଛି ୪୦ଲକ୍ଷ ଟଙ୍କା। ତେବେ ଉର୍ବଶୀଙ୍କ ମାଇକେଲ୍ ସିଙ୍କୋଙ୍କ ପାଇଁ ଏହା ତାଙ୍କର ପ୍ରଥମ ରାପ୍ ନୁହେଁ। ସେ ପୂର୍ବରୁ ଆରବର ଫେସନ ୱିକ୍‌ରେ ଇଜିପ୍ଟର ରାଜକୁମାରୀ କ୍ଲିଓପାଟ୍ରାଙ୍କ ଡ୍ରେସ୍‌ରେ ରାପ୍ କରିଥିଲେ।

wp:html
/wp:html

ଉର୍ବଶୀ ରୌତେଲାଙ୍କ କାମର କଥା କହିଲେ ସେ ଏକ ବଡ ବଜେଟ୍‌ର ବିଜ୍ଞାନଧର୍ମୀ ତାମିଲ୍ ଫିଲ୍ମରେ ତାଙ୍କର ତାମିଲ୍ ଡେବ୍ୟୁ ଆରମ୍ଭ କରିବେ। ଏଥିରେ ସେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ୍ ଓ ଜଣେ ଆଇଆଇଟିଆନ୍ ଭୂମିକାରେ ନଜର ଆସିବେ। ଏହା ସହିତ ସେ ‘ବ୍ଲାକ୍ ରୋଜ୍’ ଏବଂ ‘ଥିରୁତୁ ପାୟଲ୍ ୨’ର ହିନ୍ଦୀ ରିମେକ୍‌ରେ ମଧ୍ୟ ନଜର ଆସିବେ। ବର୍ତ୍ତମାନ ଉର୍ବସୀ ଜିଓ ଷ୍ଟୁଡିଓର ୱେବ୍ ସିରିଜ୍ ‘ଇନ୍ସେପେକ୍ଟର୍ ଅଭିନାଶ’ରେ ରଣଦୀପ ହୁଡ୍ଡାଙ୍କ ସହିତ ମୁଖ୍ୟ ଭୂମିକା ନିଭାଉଛନ୍ତି। ଏହି ସିରିଜ୍ ସୁପର କପ୍‌ ଅଭିନାଶ ମିଶ୍ରା ଓ ପୁନମ ମିଶ୍ରାଙ୍କ ସତ କାହାଣୀ ଉପରେ ଆଧାରିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.