ଖୁବ୍ ଶୀଘ୍ର ରିଲିଜ ହେବ ଉର୍ବଶୀ ରୌତେଲାଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ୍ ଭାନୁପ୍ରିୟା’

Published By : Prameya-News7 Bureau | May 22, 2020 IST

ମୁମ୍ବାଇ ୨୨/୫: ‘ଗୁଲାବୋ ସିତାବୋ’,‘ଶକୁନ୍ତଳା ଦେବୀ’ ଏବଂ ‘ଧୂମକେତୁ’ ପରେ ଉର୍ବଶୀ ରୌତେଲା ଅଭିନୀତ ‘ଭର୍ଜିନ୍ ଭାନୁପ୍ରିୟା’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ଏବିଷୟରେ ନିଜେ ଫିଲ୍ମ ନିର୍ମାତାମାନେ ସୂଚନା ଦେଇଛନ୍ତି।

ଫିଲ୍ମ ନିର୍ମାତା ମହେନ୍ଦ୍ର ଧାରିଓ୍ବାଲ୍ କହିଛନ୍ତି,‘ ସେ ଏହାକୁ ସିଧା ଓଟିଟିରେ ଜାରି କରିବା ପାଇଁ କଥାବାର୍ତ୍ତା କରୁଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖି ଓଟିଟିରୁ ହିଁ ରେଭେନ୍ୟୁ ମିଳୁଛି,ଯେତେବେଳେ ଥିଏଟର ଖୋଲିବା ମାମଲାରେ ଏତେ ଅନିଶ୍ଚିତତା ହୋଇଥାଏ,ସେତେବେଳେ ଏହା ଏକ ଉପଯୁକ୍ତ ବିକଳ୍ପ ଲାଗିଥାଏ’

‘ଭର୍ଜିନ୍ ଭାନୁପ୍ରିୟା’ରେ ଗୌତମ ଗୁଲାଟୀ,ଅର୍ଚ୍ଚନା ପୂରଣ ସିଂହ,ଡେଲନାଜ ଈରାନୀ,ରାଜୀବ ଗୁପ୍ତା ଏବଂ ବ୍ରିଜେନ୍ଦ୍ର କାଲା,ନିକି ଅନେଜା ଓ୍ବାଲିଆ ଏବଂ ରୁମାନା ମୋଲା ମଧ୍ୟ ଅଛନ୍ତି।

ଅଜୟ ଲୋହାନଙ୍କ ନିର୍ଦେଶନାରେ ହୋଇଥିବା ଫିଲ୍ମକୁ ହନଓ୍ବନ୍ତ ଖତ୍ରି ଏବଂ ଲଳିତ କିରି ପ୍ରଯୋଜନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.