ବିକିନି ପିନ୍ଧି କରୱା ଚୌଥର ଅଭିନନ୍ଦନ ଜଣାଇଲେ ଉର୍ବଶୀ ରୌତେଲା, ଭିଡିଓ ଦେଖି ଏପରି ରିୟାକ୍ସନ୍ ଦେଲେ ଫ୍ୟାନ୍ସ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦: ସାରା ଦେଶରେ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ କରୱା ଚୌଥ ବ୍ରତ ରଖନ୍ତି। ବିଳମ୍ବିତ ରାତିରେ ଚନ୍ଦ୍ର ଦେଖିବା ପରେ ମହିଳାମାନେ ବ୍ରତ ଭାଙ୍ଗନ୍ତି। ଏଥି ସହ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଉର୍ବଶୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସେୟାର କରିବା ସହିତ ଉର୍ବଶୀ ପ୍ରଶଂସକଙ୍କୁ ସ୍ୱତନ୍ତ୍ର ମେସେଜ ମଧ୍ୟ ଦେଇଛନ୍ତି।

wp:html
/wp:html

ଉର୍ବଶୀ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ବିଶେଷ ଢଙ୍ଗରେ କରୱା ଚୌଥର ଅଭିନନ୍ଦନ ଜଣାଇଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ର କୂଳରେ ଗ୍ଲାମରସ୍ ଅବତାରରେ ନଜର ଆସିଛନ୍ତି। ଉର୍ବଶୀ ଏହି ଭିଡିଓରେ ଏକ ବେବି ପିଙ୍କ୍ କଲର୍ ବିକିନି ପିନ୍ଧିଛନ୍ତି ଏବଂ ଏହା ସହିତ ସେ ହାଟ୍ ଲଗାଇଛନ୍ତିଏହି ସମୟରେ ତାଙ୍କ ଷ୍ଟାଇଲିଷ୍ଟ ତାଙ୍କ ପୋଷାକ ଠିକ୍ କରୁଛନ୍ତି।

ଭିଡିଓ ପୋଷ୍ଟ କରି ଉର୍ବଶୀ କ୍ୟାପସନରେ ଲେଖିଛନ୍ତି, 'ହାପି କରୱା ଚୌଥ ୨୦୨୧।' ତାଙ୍କର ଏହି ଭିଡିଓକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓରେ ଅନେକ କମେଣ୍ଟ ମଧ୍ୟ ଆସୁଛି। ଭିଡିଓରେ ଉର୍ବଶୀ ବହୁତ ସୁନ୍ଦର ଦେଖାଯାଉଛି। ତାଙ୍କ ମେକଅପ୍ ତାଙ୍କ ପୋଷାକ ସହିତ ପରଫେକ୍ଟ ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.