ଆରବ ଫ୍ୟାଶନ୍ ଓ୍ବିକ୍‌ରେ ପ୍ରଥମ ଭାରତୀୟ ଶୋଷ୍ଟପର ହେଲେ ଉର୍ବଶୀ : ଆଖିରେ ଲଗାଇଲେ ୨୪କ୍ୟାରେଟ୍ ସୁନାର ମେକଅପ୍

Published By : Prameya-News7 Bureau | November 13, 2020 IST

ମୁମ୍ବାଇ ୧୩/୧୧: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ବଡ଼ କାରନାମା କରି ଦେଖାଇଛନ୍ତି।ସେ ଆରବ ଫ୍ୟାଶନ୍ ଓ୍ବିକ୍‌ରେ ଶୋଷ୍ଟପର ହୋଇଥିବା ପ୍ରଥମ ଭାରତୀୟ ମହିଳା ହୋଇ ଯାଇଛନ୍ତି। ଉର୍ବଶୀଙ୍କ ଏହି ସଫଳତାରେ ପ୍ରଶଂସକ ତାଙ୍କ ପ୍ରଶଂସା କରୁ କରୁ ଥକୁ ନାହାନ୍ତି।

{"id":361203,"sizeSlug":"large"}

ସୋସିଆଲ୍ ମିଡିଆରେ ଉର୍ବଶୀ ରୌତେଲାଙ୍କ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ୍ ହେଉଛି। ଏଥିରେ ସେ ସିଲଭର କଲରର ଆଉଟଫିଟରେ ନଜର ଆସିଛନ୍ତି। ଏହା ସହିତ ଉର୍ବଶୀ ହେଭି ଡାଇମଣ୍ଡ ଜୁଏଲାରୀ ପିନ୍ଧିଛନ୍ତି ଏବଂ ଏହା ସହିତ ଗୋଲଡେନ ଶେଡର ଆଇସ୍ୟାଡୋ ଲଗାଇଛନ୍ତି।

{"id":361204,"sizeSlug":"large"}

ଉର୍ବଶୀ ରୌତେଲା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି ଯେ,‘ତାଙ୍କ ଆଖିରେ ଅତ୍ୟନ୍ତ ଦୁର୍ମୂଲ୍ୟ ୨୪କ୍ୟାରେଟର ଅସଲି ସୁନାର ଆଇସ୍ୟାଡୋ ଲଗାଯାଇଛି।’

{"id":361205,"sizeSlug":"large"}

ଉର୍ବଶୀ ରୌତେଲା ଶେଷ ଥର କମେଡ଼ି ଡ୍ରାମା ଫିଲ୍ମ ଭର୍ଜିନ୍ ଭାନୁପ୍ରିୟାରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅର୍ଚ୍ଚନା ପୂରଣ ସିଂହ,ଗୌତମ ଗୁଲାଟୀ ମଧ୍ୟ ଥିଲେ। ବର୍ତ୍ତମାନ ଉର୍ବଶୀ ନିଜ ତେଲୁଗୁ ଫିଲ୍ମ ବ୍ଲାକ୍ ରୋଜର ସୁଟିଂ ରେ ବ୍ୟସ୍ତ ଅଛନ୍ତି।  

{"id":361206,"sizeSlug":"large"}
Urvashi Rautela

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.