ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଫେୟର ଚର୍ଚ୍ଚା ନେଇ ଖୋଲିଲେ ମୁହଁ!

Published By : Prameya-News7 Bureau | November 29, 2019 IST

ମୁମ୍ବାଇ୨୯|୧୧: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାଁ ଏବେ କ୍ରିକେଟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଡା ଯାଉଛି। ନିକଟରେ ଉର୍ବଶୀଙ୍କୁ ଗୋଟେ Puppy ସହ ସ୍ପଟ୍‌ କରାଯାଇଥିଲା। ସେହି ସମୟରେ ଏମିତି ଖବର ଆସିଥିଲା ଯେ, ସେହି Puppy ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଉପହାରରେ ଦେଇଛନ୍ତି।

{"id":191617,"sizeSlug":"large"}

ଏଥିପାଇଁ ଉର୍ବଶୀ ନିଜେ ଏଥର ମୁହଁ ଖୋଲିଛନ୍ତି।ସେ ନିଜେ ଏହି ଆଫେୟର ନେଇ ଏଥର ଅନେକ କଥା କହିଛନ୍ତି।ଏକ ସାକ୍ଷାତକାରରେ ଉର୍ବଶୀ କହିଛନ୍ତି ଯେ, ତାଙ୍କର ଓ ହାର୍ଦ୍ଦିକଙ୍କର କୌଣସି ପ୍ରେମ ସମ୍ପର୍କ ନାହିଁ।ଏବେ ସେ କେବଳ ନିଜ କ୍ୟାରିଅରରେ ଧ୍ୟାନ ଦେଉଛନ୍ତି। ଉର୍ବଶୀ ତାଙ୍କୁ ଉପଦେଶ ଦେଇଛନ୍ତି ଯେ, ସେ ଅନ୍ୟାନ୍ୟ ଜିନିଷରେ ଧ୍ୟାନ ନଦେଇ କ୍ରିକେଟରେ ଧ୍ୟାନ ଦିଅନ୍ତୁ।ଉର୍ବଶୀ ଏବେ ସିଙ୍ଗଲ ଅଛନ୍ତି ଓ କୌଣସି ରିଲେସନଶିପରେ ନାହାନ୍ତି।

{"id":191618,"sizeSlug":"large"}

ହେଲେ ଉଭୟଙ୍କ ଆଫେୟର ଖବର ଜୋର ସୋରରେ ଚାଲୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।କାରଣ ୨୦୧୮ ମସିହାରେ ହାର୍ଦ୍ଦିକ ଓ ଉର୍ବଶୀଙ୍କୁ ଏକା ସହ ଗୋଟେ ପାର୍ଟିରେ ସ୍ପଟ୍‌ କରାଯାଇଥିଲା।ସୋସିଆଲ ମିଡିଆରେ ମଧ୍ୟ ଉର୍ବଶୀ ଉଭୟଙ୍କ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିପାଇଁ ଏଭଳି ଖବର ଚର୍ଚ୍ଚାରେ ଥିଲା। ହେଲେ ଅଭିନେତ୍ରୀ ନିଜେ ଏଥର ଏହି ଜିନିଷ ସ୍ପଷ୍ଟ କରିଛନ୍ତି ଯେ, ସେ ସାଙ୍ଗ ଭାବି ତାଙ୍କ ସହ ଫଟୋ ଉଠାଇଥିଲେ। ତେଣୁ ଏଭଳି ଖବରର ଚର୍ଚ୍ଚା ହେବା ଅନୁଚିତ୍‌।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.