କାନ୍ସରେ ଉର୍ବଶୀଙ୍କୁ ପ୍ରଶଂସା କଲେ Lenoardo DiCaprio: ପୋଷ୍ଟ ସେୟାର କରି ଜଣାଇଲେ ଅଭିନେତ୍ରୀ, ୟୁଜର୍ସ କହିଲେ ମିଛ

Published By : Prameya-News7 Bureau | May 28, 2022 IST

ନୁଆଦିଲ୍ଲୀ ୨୮।୦୫ : ବଲିଉଡ୍‌ର ସୁନ୍ଦରୀ ତଥା ଷ୍ଟାଇଲିସ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା। ଇଣ୍ଡଷ୍ଟ୍ରୀରେ ତାଙ୍କ ବୋଲ୍ଡନେସ୍‌ କୁ ନେଇ ସବୁବେଳେ ଚର୍ଚ୍ଚା। ତାଙ୍କ ଡ୍ରେସ୍‌ ତାଙ୍କ ଷ୍ଟାଇଲ୍‌କୁ ନେଇ ସବୁ ବେଳେ ସେ ଆଗରେ ରୁହନ୍ତି। ନିକଟରେ ଉର୍ବଶୀ ରୌତେଲା କାନ୍ସରେ ତାଙ୍କ ଜଲ୍‌ଓ୍ବା ଦେଖାଇଛନ୍ତି।କେବଳ ଏତିକି ହିଁ ନୁହେଁ ଉର୍ବଶୀ ଦାବି କରିଛନ୍ତି କି ହଲିଉଡ୍‌ ତାରକା ତାଙ୍କର ପ୍ରଶଂସା କରିଛନ୍ତି।

ଉର୍ବଶୀ କାନ୍ସ ରେଡ୍‌ କାର୍ପେଟ୍‌ରେ ସାମିଲ୍‌ ହୋଇଥିଲେ। ଏହାରି ମଧ୍ୟରେ ଅଭିନେତ୍ରୀ ସାକ୍ଷାତକାରରେ କହିଥିଲେ କି ଆମେରିକୀୟ ଅଭିନେତାଙ୍କୁ ଭେଟିବା ମୋ ପାଇଁ ସ୍ବପ୍ନ ଥିଲା। ଯାହା ଏବେ ପୁରା ହୋଇଛି। ଲିଉନାର୍ଡୋ ଡିକାପ୍ରୋ ତାଙ୍କର ପ୍ରଶଂସା ମଧ୍ୟ କରି କହିଥିଲେ କି ତମେ ଜଣେ ଦକ୍ଷ ଅଭିନେତ୍ରୀ। ଯେଉଁଥିପାଇଁ ଉର୍ବଶୀ ନର୍ଭସ ସହ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଆଖିରୁ ଖୁସିର ଲୁହ ଆସି ଯାଇଥିଲା। ଏହାର ଏକ ପୋଷ୍ଟ ଲେଖି ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି।

wp:html /wp:html

ଉର୍ବଶୀଙ୍କ ଏହି ସବୁ କଥା ଶୁଣି  ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଥିଲେ। ତାଙ୍କ କଥାକୁ କେହି ବିଶ୍ବାସ କରୁ ନାହନ୍ତି। ଅନେକ ଲୋକ ତାଙ୍କୁ ମିଥ୍ୟାବାଦୀ ବୋଲି କହୁଛନ୍ତି। ଏହି ସବୁ ଦେଖି ଜଣେ ୟୁଜର୍ସ ଅଭିନେତ୍ରୀଙ୍କୁ ମିଛ କହୁଛ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.