Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହୀରାର ମୁଖା ପିନ୍ଧି ଟ୍ରୋଲ୍ ହେଲେ ଉର୍ବଶୀ ରୌତେଲା, ୟୁଜର୍ କହିଲେ ଏଇଟା କ’ଣ ଧନୀଙ୍କ ହେଲମେଟ୍ ?

10/04/2021 at 9:37 AM

ମୁମ୍ବାଇ ୧୦/୦୪: ସୋସିଆଲ ମିଡିଆରେ କିଛି ନୂଆ କରିବାକୁ ଚେଷ୍ଟା କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ । ନିକଟରେ ପୁଣି ଥରେ ଉର୍ବଶୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଉର୍ବଶୀଙ୍କ ଏହି ଲୁକ୍ସକୁ ବହୁତ ପ୍ରଶଂସା କରୁଥିବାବେଳେ ଅନ୍ୟପକ୍ଷରେ କିଛି ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ତାଙ୍କୁ ଟ୍ରୋଲ କରୁଛନ୍ତି ।

urvashi rautela

ବାସ୍ତବରେ ସୋସିଆଲ ମିଡିଆରେ ଉର୍ବଶୀଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ସେହି ଭିଡିଓରେ ଉର୍ବଶୀ ହୀରାର ମାସ୍କେରେଡ୍ ପିନ୍ଧିଛନ୍ତି । ଏହି ଭିଡିଓ ସେୟାର କରି ଉର୍ବଶୀ କହିଛନ୍ତି, ତାଙ୍କ ମୁହଁରେ ଲାଗିଥିବା ହୀରାର ମାସ୍କେରେଡ୍ ବହୁତ ଭାରୀ ଥିଲା ।

କେତେକ ଫ୍ୟାନ୍ସ ଉର୍ବଶୀଙ୍କ ଏହି ଲୁକ୍ସକୁ ବହୁତ ପସନ୍ଦ କରୁଥିବାବେଳେ ଆଉ କେତେକ ଖୁବ୍ ଟ୍ରୋଲ କରୁଛନ୍ତି । ଅନେକ ଫ୍ୟାନ୍ସ ଏହି ଅବତାରରେ ଉର୍ବଶୀଙ୍କୁ ବହୁତ ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି ।  ଫ୍ୟାନ୍ସମାନେ କହିଛନ୍ତି ଉର୍ବଶୀ ଜଣେ ପରୀ ଭଳି ଦେଖାଯାଉଛନ୍ତି। ଏଥିସହିତ ଟ୍ରୋଲରମାନେ କହିଛନ୍ତି ଯେ ଧନୀମାନଙ୍କ ହେଲମେଟ ଏହିପରି ଦେଖାଯାଏ ।

Singh Saab The Great | Official Trailer Review | Sunny Deol, Amrita Rao,  Urvashi Rautela - video Dailymotion

ଉର୍ବଶୀ ସନ୍ନି ଦେଓଲଙ୍କ ସହ ଫିଲ୍ମ ‘ସିଂ ସାହବ ଦି ଗ୍ରେଟ୍’ ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ସନମ ରେ, ଗ୍ରେଟ୍ ଗ୍ରାଣ୍ଡ ମସ୍ତି, ହେଟ୍ ଷ୍ଟୋରୀ, ପାଗଲପନ୍ତି ରେ ନଜର ଆସିଥିଲେ । ଖୁବ୍ ଶୀଘ୍ର ଉର୍ବଶୀ ତାମିଲ ଫିଲ୍ମରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି ।

   Related Posts