ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ଥ

Published By : Prameya-News7 Bureau | December 12, 2019 IST

ମୁମ୍ବାଇ,୧୨।୧୨: ଗତ କିଛି ଦିନ ହେବ ଅଭିନେତ୍ରୀ ଉର୍ବଶୀ ରୌତେଲା ଓ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭିତରେ ବନ୍ଧୁତ୍ବକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ନିକଟରେ ଉର୍ବଶୀଙ୍କୁ ହାର୍ଦ୍ଦିକ ଏକ ସୁନ୍ଦର ପପି(ଛୋଟ କୁକୁର) ଉପହାର କରିଥିଲେ। କୁହାଯାଉଛି ଯେ, ଉର୍ବଶୀଙ୍କ ରିଲିଜ୍ ହୋଇଥିବା ଫିଲ୍ମ ‘ପାଗଲପନ୍ଥୀ’ ପରେ ସେ ଏହି ଉପହାର ଦେଇଥିଲେ।

{"id":196679,"sizeSlug":"large"}

କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ହାର୍ଦ୍ଦିକ ଏବେ ନତାସା ଷ୍ଟେନକୋଭିକଙ୍କ ସହିତ ରିଲେସନସିପରେ ଅଛନ୍ତି। ଦୁହେଁ ନିଜର ରିଲେସନସିପକୁ ନେଇ ମଧ୍ୟ ଖୁବ୍ ସିରିୟସ୍। ସେଭଳି ଉର୍ବଶୀ ମଧ୍ୟ ଏବେ ଟିମ୍ ଇଣ୍ଡିଆର ଓ୍ବିକେଟ୍ କିପର ଋଷଭ ପନ୍ଥଙ୍କ ସହ ଡେଟିଂ କରୁଛନ୍ତି।

{"id":196681,"sizeSlug":"large"}

ନିକଟରେ ଉର୍ବଶୀ ଓ ଋଷଭଙ୍କୁ ଜୁହୁର ଏଷ୍ଟେଲାରେ ରାତି ୧୧ଟା ବେଳେ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ, ଦୁହେଁ ଡିନର ଡେଟରେ ଥିଲେ।  ଲୋକମାନେ ଏହି କଥାକୁ ନେଇ ଅଧିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଓ୍ବେଷଇଣ୍ଡିଜ ସହିତ ଫାଇନାଲ ମ୍ୟାଚ ପୂର୍ବରୁ ଦୁହିଁକୁ ଏକାଠି ଦେଖିବାକୁ ମିଳିଲା। ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଭିତରେ ଫାଇନାଲ ମ୍ୟାଚ୍ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।

{"id":196682,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.