Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଚର୍ଚ୍ଚାରେ ଉର୍ବଶୀ ରୌତେଲାଙ୍କ ୫୮ ଲକ୍ଷ ଟଙ୍କାର ଲୁକ୍: ୩୦୦ ବର୍ଷ ପର୍ଯ୍ୟନ୍ତ ନୂଆ ଭଳି ରହିଥିବ ସାଢୀ

24/06/2021 at 5:14 PM

ମୁମ୍ବାଇ ୨୪/୦୬: ଉର୍ବଶୀ ରୌତେଲା ଷ୍ଟାଇଲ୍ ଆଇକନ୍ । ତାଙ୍କର ମହଙ୍ଗା ପୋଷାକ ଏବଂ ଆସେସୋରିଜ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ । ତାଙ୍କର ସାମ୍ପ୍ରତିକ ପାରମ୍ପାରିକ ଲୁକ୍ ବିଷୟରେ ଅନେକ ଆଲୋଚନା ହେଉଛି। ଏଥିରେ ସେ ଗୁଜୁରାଟୀ ପାଟ ସାଢି ପିନ୍ଧିଥିବାର ନଜର ଆସିଛନ୍ତି। ସୂଚନା ଅନୁଯାୟୀ, ଏହି ଲୁକ୍ ପାଇଁ ୫୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଉର୍ବଶୀ ତାଙ୍କ ପୋଷ୍ଟରେ ଏହି ସାଢୀର ବିଶେଷତା ମଧ୍ୟ କହିଛନ୍ତି। ସେ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ ଏହି ଶାଢୀ ୩୦୦ ବର୍ଷ ପର୍ଯ୍ୟନ୍ତ ନୂଆ ଭଳି ରହିଥାଏ ।

ଉର୍ବଶୀ ରୌତେଲା ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଏକ ସୁନ୍ଦର ସାଢୀରେ ନଜର ଆସିଛନ୍ତି । ଉର୍ବଶୀ କ୍ୟାପସନ୍ ଦେଇଛନ୍ତି, ମୁଁ ମୋର ସବୁଠାରୁ ପ୍ରିୟ ଗୁଜୁରାଟୀ ପାଟ ସାଢି ପିନ୍ଧିଛି । ପ୍ରତ୍ୟେକ କ୍ଲାସିକ୍ ପାଟ ସାଢୀ ୩୦୦ ବର୍ଷ ପର୍ଯ୍ୟନ୍ତ ରହିଥାଏ ଏବଂ ଏହାର ରଙ୍ଗ ମଧ୍ୟ ଫିକା ପଡିନଥାଏ । ଏହା ନିଜର ବ୍ରାଇଟ୍ କଲର୍, ମୋଟିଫ୍ ସହିତ ଜ୍ୟାମିତିକ ଡିଜାଇନ୍ ପାଇଁ ଜଣାଶୁଣା । ମନୋଜ କୁମାରଙ୍କ ନାତୁଣୀ ମୁସ୍କାନଙ୍କ ମେହେନ୍ଦୀରେ ଉର୍ବଶୀ ଏହି ଶାଢୀ ପିନ୍ଧିଥିଲେ।

ଉର୍ବଶୀଙ୍କ ଏହି ସାଢୀ ମୂଲ୍ୟ ହେତୁ ମଧ୍ୟ ଆଲୋଚନା ହେଉଛି । ଏହା ସହିତ ସେ ହୀରା ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି । ସୂଚନା ଅନୁଯାୟୀ ଉର୍ବଶୀ ରୌତେଲାଙ୍କ ଲୁକର ମୂଲ୍ୟ ୫୮,୭୫,୫୦୦ ଟଙ୍କା। ଉର୍ବଶୀଙ୍କ ଷ୍ଟାଇଲିଷ୍ଟ ତୁଷାର କପୁର କହିଛନ୍ତି ଯେ ଉର୍ବଶୀଙ୍କ ଏହି ସାଢୀ ତିଆରି କରିବାକୁ ୬ ମାସ ସମୟ ଲାଗିଥିଲା। ରେଶମ ସୂତା ରଙ୍ଗ କରିବାରେ ୭୦ ଦିନରୁ ଅଧିକ, ବୁଣାକାରରେ ୨୫ ଦିନ ।

ଉର୍ବଶୀଙ୍କ ମହଙ୍ଗା ପୋଷାକ ଖବରରେ ଏହା ପ୍ରଥମ ଘଟଣା ନୁହେଁ। ନେହା କକ୍କରଙ୍କ ବିବାହରେ ତାଙ୍କ ଲେହେଙ୍ଗାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଥିଲା। ପୁରା ଲୁକ୍ ପାଇଁ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ସେ ରେନୁ ଟଣ୍ଡନଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ଲେହେଙ୍ଗା ପିନ୍ଧିଥିଲେ ।

   Related Posts