Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

କାହିଁକି ରାଗିଗଲେ ଉର୍ବଶୀ ? ଦେଇଛନ୍ତି ଏହି ବୟାନ…

5/04/2020 at 6:24 PM

ମୁମ୍ବାଇ ୦୫/୦୪ : ସୋସିଆଲ ମିଡ଼ିଆ ପୋଷ୍ଟକେ ନେଇ ମଧ୍ୟ ଚର୍ଚ୍ଚା | ସେ ନିଜ ବିଚାର କିମ୍ବା କୌଣସି ଫଟୋ କିମ୍ବା ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ମଧ୍ୟ ଚର୍ଚ୍ଚାରେ ଶୀର୍ଷରେ ରୁହନ୍ତି | ତାଙ୍କୁ ପ୍ରଶଂସକଙ୍କ ସ୍ନେହ ଭରପୁର ମିଳିଥାଏ | କିନ୍ତୁ ବେଳେବେଳେ ସେ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି | ଆମେ କହୁଛୁ ବଲିଉଡ ତାରକା ଉର୍ବଶୀ ରାଉତେଲାଙ୍କ କଥା |

ନିକଟରେ ଓଟିଟି ପ୍ଲାଟଫର୍ମ ଆମାଜାନ ପ୍ରାଇମରେ ପାରାସାଇଟ ଫିଲ୍ମ ରିଲିଜ ହୋଇଥିଲା | ଏହି ଫିଲ୍ମକୁ ଓସ୍କାର ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା | ଏହି ଫିଲ୍ମର ପ୍ରଶଂସାରେ ଉର୍ବଶୀ ରାଉତେଲାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ରିଭ୍ୟୁ ଦିଆଯାଇଥିଲା | ଟ୍ୱିଟରକୁ ନେଇ ଆମେରିକାର ଜଣେ ଲେଖକ ଉର୍ବଶୀଙ୍କ ଉପରେ ଟ୍ୱିଟ କପି କରିଥିବା ଅଭିଯୋଗ କରିଥିଲେ | ଏହା ଶୁଣି ଉର୍ବଶୀ ରାଗି ଯାଇଥିଲେ ଏବଂ ତାଙ୍କୁ ଏହାର ଜବାବ ଦେଇଛନ୍ତି |
ଉର୍ବଶୀଙ୍କ ତରଫରୁ ତାଙ୍କ ସ୍ପୋକ ପର୍ସନଙ୍କ ବୟାନ ସାମ୍ନାକୁ ଆସିଛି | ସେ କହିଛନ୍ତି, “ଉର୍ବଶୀଙ୍କ ସ୍ପୋକ ପର୍ସନ ହୋଇଥିବା ଯୋଗୁଁ ମୁଁ କହିଦେବାକୁ ଚାହେଁ ଯେ, ଟ୍ୱିଟ ଉର୍ବଶୀ କରିନାହାନ୍ତି | ଉର୍ବଶୀଙ୍କ ଅଜ୍ଞାତରେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ତାଙ୍କ ସୋସିଆଲ ମିଡ଼ିଆ ଟିମ ଦ୍ୱାରା କରାଯାଇଥିଲା | ଏ ସମ୍ପର୍କରେ ଜାଣିବା ପରେ ଆମେ ଉଚିତ ପଦକ୍ଷେପ ନେଇଛୁ |” ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି |

   Related Posts