Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସମୁଦ୍ର କୂଳରେ ବାଲେଟ୍ ଡ୍ୟାନ୍ସ କଲେ ଉର୍ବଶୀ ରୌତେଲା, ଫଟୋ ସେୟାର କରି କହିଲେ ଏମିତି

20/04/2021 at 9:34 AM

ନୂଆଦିଲ୍ଲୀ ୨୦/୦୪: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କର ଏକ ନୂଆ ଫଟୋ ଫ୍ୟାନ୍ସମାନଙ୍କୁ ଖୁବ୍ ପସନ୍ଦ ଆସୁଛି । ଏହି ଫଟୋରେ ଉର୍ବଶୀ ରୌତେଲା ନୀଳ ରଙ୍ଗର ଡ୍ରେସରେ ନଜର ଆସିଛନ୍ତି । ଅଭିନେତ୍ରୀଙ୍କ ଏହି ଫଟୋ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଉର୍ବଶୀ କ୍ୟାପସନରେ ଲେଖିଛନ୍ତି, “ସମୁଦ୍ର କୂଳରେ ବାଲେଟ୍ ଡ୍ୟାନ୍ସ” । ଫଟୋରେ ତାଙ୍କୁ ଡ୍ୟାନ୍ସ ଷ୍ଟେପ୍ ପୋଜରେ ଦେଖିବାକୁ ମିଳିଛି ।

ଉର୍ବଶୀ ରୌତେଲାଙ୍କର ଏକ ରୋମାଣ୍ଟିକ୍ ଗୀତ ଆସୁଛି, ଯେଉଁଥିରେ ସେ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ସହ ନଜର ଆସିଛନ୍ତି ।  ସୂଚନା ଅନୁଯାୟୀ, ଏହି ଦୁଇଜଣଙ୍କୁ ‘ମର ଯାଏଙ୍ଗେ’ ମ୍ୟୁଜିକ୍ ଆଲବମରେ ଦେଖିବାକୁ ମିଳିବ । ଉର୍ବଶୀ ଏବଂ ଗୁରୁଙ୍କ ଏହି ଗୀତ ଟି ସିରିଜ୍ ବ୍ୟାନରରେ ଗୋଆରେ ସୁଟିଂ କରାଯାଉଛି । କୋରିଓଗ୍ରାଫି ରେମୋ ଡି’ସୁଜା କରିଛନ୍ତି । ଏହାପୂର୍ବରୁ ଉର୍ବଶୀ ମ୍ୟୁଜିକ୍ ଭିଡିଓ ‘ଏକ ଲଡକୀ ଭୀଗୀ ଭାଗୀ ସି’ ଏବଂ ‘ତେରି ଲୋଡ୍ ୱେ’ରେ ନଜର ଆସିଥିଲେ ।

ଉର୍ବଶୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ରେ ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କୁ ୱେବ୍ ସିରିଜ୍ ‘ଇନ୍ସପେକ୍ଟର ଅବିନାଶ’ ପାଇଁ ଅଭିନେତା ରଣଦୀପ ହୁଡାଙ୍କ ସହ ଦେଖିବାକୁ ମିଳିବ । ଏହି ଫିଲ୍ମଟି ମଧ୍ୟପ୍ରଦେଶର ଚମ୍ବଲରେ ସୁଟିଂ କରାଯାଇଛି । ଏହି ଫିଲ୍ମଟି ଲକ୍ଷ୍ନୌ ପୋଲିସ୍ ଅଫିସର୍ ଅବିନାଶ ମିଶ୍ରଙ୍କ ପ୍ରକୃତ କାହାଣୀ ଉପରେ ଆଧାରିତ ।

   Related Posts