Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାହା ହୋଇଗଲେ କି ଉର୍ବଶୀ ? ସୋସିଆଲ୍ ମିଡ଼ିଆରେ ଉର୍ବଶୀଙ୍କ ସହ ଗୌତମ ଗୁଲାଟିଙ୍କ ବାହାଘର ଫଟୋ ଭାଇରାଲ୍

3/07/2020 at 4:52 PM

ମୁମ୍ବାଇ ୦୩/୦୭ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ହଟ ଓ ବୋଲ୍ଡ ଅନ୍ଦାଜ ପାଇଁ ଖୁବ ଚର୍ଚ୍ଚିତ | ଆପଣ ଜାଣିଛନ୍ତି କି ଉର୍ବଶୀ ରୌତେଲା ୭ ଫେରା ନେଇଛନ୍ତି | ବିଗବସ-୮ ବିଜେତା ଗୌତମ ଗୁଲାଟିଙ୍କ ସହିତ ଉର୍ବଶୀ ୭ ଫେରା ନେଇଛନ୍ତି | ଯିଏ ବି ଏହି ଫଟୋ ଦେଖୁଛନ୍ତି ତାଙ୍କ ହୋସ ଉଡିଯାଉଛି |

ସୋସିଆଲ ମିଡ଼ିଆରେ ଏକ ଫଟୋ ଖୁବ ଭାଇରାଲ ହେଉଛି ଯେଉଁଥିରେ ଉର୍ବଶୀ ନାଲି ଜୋଡ ପିନ୍ଧିଥିବା ଦେଖିବାକୁ ମିଳିଛି | ଗୌତମ ଗୁଲାଟି ବାଦାମୀ ରଙ୍ଗର ସେରୱାନିରେ ବର ବେଶରେ ନଜର ଆସିଛନ୍ତି | ଉର୍ବଶୀଙ୍କ ସହିତ ନିଜ ବାହାଘର ଫଟୋ ଗୌତମ ଗୁଲାଟି ଇନ୍ସଟାଗ୍ରାମର ସେୟାର କରିଛନ୍ତି | ଫଟୋ ସେୟାର କରି ସେ ଲେଖିଛନ୍ତି ବାହାଘର ଶୁଭେଚ୍ଛା ଦେବେନି କି ? ଗୌତମ ଓ ଉର୍ବଶୀଙ୍କ ଫଟୋ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି |

ଗୌତମ ଓ ଉର୍ବଶୀଙ୍କ ବାହାଘର ହୋଇଛି କିନ୍ତୁ ରିୟଲ ଲାଇଫରେ ନୁହେଁ ରିଲ ଲାଇଫରେ | ଅସଲରେ ଗୌତମ ଓ ଉର୍ବଶୀ ଗୋଟିଏ ଫିଲ୍ମରେ ଏକାସାଙ୍ଗେ ନଜର ଆସିବେ | ଫିଲ୍ମର ଟାଇଟଲ ହେଲା ଭର୍ଜିନ ଭାନୁପ୍ରିୟା | ଭାଇରାଲ ହେଉଥିବା ଏହି ଫଟୋ ସେହି ଫିଲ୍ମର |

ଗୌତମ ଫଟୋ ସେୟାର କରି ଫିଲ୍ମର ପ୍ରମୋସନ କରିଛନ୍ତି | ଫିଲ୍ମ ଜୁଲାଇ ୧୬ ତାରିଖରେ ZEE5 ରେ ରିଲିଜ ହେବାକୁ ଅଛି | ଏହି ଫିଲ୍ମ ସହିତ ଉର୍ବଶୀ ଡିଜିଟାଲ ଡେବ୍ୟୁ ମଧ୍ୟ କରୁଛନ୍ତି | ଏହି ଫଟୋ ଫିଲ୍ମର ଏକ ଦୃଶ୍ୟର | ଉର୍ବଶୀଙ୍କ ଏହି ଫିଲ୍ମ ଉଭୟ କମେଡି ଓ ଡ୍ରାମାର ସଂଯୋଜନା ଯାହା ନୂଆପିଢୀ ଉପରେ ଆଧାରିତ |

   Related Posts