Filmfare award: ଉର୍ବସୀ ରୌଟେଲାଙ୍କ ଗାଉନ୍ ଲାଗି ୪ଟା ଚେୟାରବି ପଡିଲା କମ୍

Published By : Prameya-News7 Bureau | February 19, 2020 IST

ଶେଷ ହୋଇଛି ବଲିଉଡର ଫିଲ୍ମ ଫେୟାର ଆୱାର୍ଡ। ହେଲେ ଏଥିପାଇଁ ଆୟୋଜିତ ଉତ୍ସବର ଚର୍ଚ୍ଚା କିନ୍ତୁ ଏଯାଏ ଥମିନି। ତେବେ ଚଳିତବର୍ଷ ଉତ୍ସବରେ ଉର୍ବସୀ ରୌଟେଲାଙ୍କ ଗାଉନ ସବୁଠୁ ଅଧିକ ଚର୍ଚ୍ଚା ସାଉଁଟିଛି। ଉତ୍ସବ ଲାଗି ସେ ପିନ୍ଧିଥିବା ରେଡ କଲର ଗାଉନଟି ହିଁ ଏହି ଚର୍ଚ୍ଚାର ମୁଖ୍ୟ ବିଷୟ। ତାଙ୍କର ଏହି ଗାଉନ ଖୁବ୍ ବଡ ଥିଲା। ଖାସ ଏଥିଲାଗି ଉତ୍ସବ ସ୍ଥଳରେ ତାଙ୍କର ବସିବା ନିମନ୍ତେ ୪ଟି ଚେୟାର ଖାଲି କରିବାକୁ ପଡିଥିଲା। ତେବେ ଯାହାବି ହେଉ ଗାଉନରେ କିନ୍ତୁ ଉର୍ବସୀ ଖୁବ୍ ସୁନ୍ଦର ଲାଗୁଥିଲେ।

wp:html
/wp:html

ଉର୍ବସୀଙ୍କ ଗାଉନ କେବଳ ବଡ ନଥିଲା ଖୁବ୍ ଓଜନଦାର ବି ଥିଲା। ଏଣୁ ଉତ୍ସବକୁ ଯିବା ଲାଗି ଉର୍ବସୀ ସାଙ୍ଗରେ କିଛି ଫ୍ୟାସନ ଆସିଷ୍ଟାଣ୍ଟଙ୍କୁ ବି ନେଇଯାଇଥିଲେ। ଯେଉଁମାନେ ଉର୍ବସୀଙ୍କ ସହ ଗାଉନକୁ ବି ସମ୍ଭାଳୁଥିଲେ। ଏହି ସମୟର ଏକ ଭିଡିଓକୁ ଉର୍ବସୀ ତାଙ୍କ ଇଂଷ୍ଟା ପେଜରେ ସେୟାର କରି କିପରି ତାଙ୍କୁ ବସାଇବାକୁ ୪ଟି ଚେୟାରର ଆବଶ୍ୟକତା ପଡିଥିଲା ତାହା ଉଲ୍ଲେଖ କରିଛନ୍ତି। ଏଥିଲାଗି ସେ ତାଙ୍କ ଟିମ୍‌କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

wp:html
/wp:html

ସେ ଏହାକୁ ହେଭି ରେଡ କାର୍ପେଟ୍ ଅନୁଭବ ବୋଲି ଉଲ୍ଲେଖ କରିଛନ୍ତି। ହେଲେ ଟିମ୍‌ର ସହଯୋଗ ବିନା କିନ୍ତୁ ସେଦିନ ଏହା ସମ୍ଭବ ନଥିଲା ବୋଲି ଉଲ୍ଲେଖ କରିଛନ୍ତି। ଚଳିତବର୍ଷ ଫିଲ୍ମ ଫେୟାରରେ 'ଗଲିବୟ'କୁ ୧୦ଟି ପୁରସ୍କାର ମିଳିଛି। ଫିଲ୍ମକୁ ବେଷ୍ଟ ଫିଲ୍ମ, ବେଷ୍ଟ ଆକ୍ଟର, ବେଷ୍ଟ ଆକ୍ଚ୍ରେସ୍, ସପୋର୍ଟିଂ ଆକ୍ଟର, ଅକ୍ଟ୍ରେସ୍ ଓ ଡାଇରେକ୍ଟର ପୁରସ୍କାର ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.