ପୁଣି କନିଆ ସାଜିବେ ଉର୍ବଶୀ ଢୋଲକିଆ ! କହିଲେ ପିଲାମାନେ ଚାହୁଁଛନ୍ତି ମୁଁ ବିବାହ କରେ...

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୦୪: କମୋଲିକା ଭୂମିକାରେ ଘରେ ଘରେ ପରିଚିତ ଆଭିନେତ୍ରୀ ଉର୍ବଶୀ ଢୋଲକିଆଙ୍କ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ଦିୱାନା । ଉର୍ବଶୀ ଢୋଲକିଆ ୧୬ ବର୍ଷ ବୟସରେ ବିବାହ କରିଥିଲେ ଏବଂ ୧୭ ବର୍ଷ ବୟସରେ ସେ ଯାଆଁଳା ପୁତ୍ରର ମା’ ହୋଇଥିଲେ । ତେବେ ସେମାନଙ୍କ ବିବାହ ଅଧିକ ଦିନ ରହି ନଥିଲା ଏବଂ ୨ ବର୍ଷ ପରେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ । ଏଥି ସହିତ ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ବିବାହକୁ ନେଇ ନୀରବତା ଭାଙ୍ଗିଛନ୍ତି ।

PunjabKesari

ଏକ ଇଣ୍ଟରଭ୍ୟୁରେ ଉର୍ବଶୀ କହିଛନ୍ତି, 'ମୋର ପିଲାମାନେ ଏବଂ ମୋ ପରିବାର ସର୍ବଦା ଚାହାଁନ୍ତି ଯେ ମୁଁ ସେଟେଲ୍ ହୋଇଯାଏ । ମୋ ପିଲାମାନେ ପ୍ରାୟତଃ ମୋତେ ପଚାରନ୍ତି ମୁଁ କାହିଁକି କାହାକୁ ବିବାହ କରୁ ନାହିଁ? ସତ କହିବାକୁ ଗଲେ, ମୋ ପାଖରେ ଏତେ ସମୟ ନାହିଁ, କି ମୁଁ ଏହା ବିଷୟରେ ଚିନ୍ତା କରିବାକୁ ଇଚ୍ଛା କରି ନାହିଁ ।  ମୁଁ ସବୁବେଳେ ମୋ କାମରେ ବ୍ୟସ୍ତ ଥିଲି । '

ଉର୍ବଶୀ ଆହୁରି କହିଛନ୍ତି, 'ମୁଁ ଉଭୟ କାର୍ଯ୍ୟକ୍ଷେତ୍ର ଏବଂ ପିଲାମାନଙ୍କ ପ୍ରତିପୋଷଣ ମଧ୍ୟରେ ସନ୍ତୁଳନ ସୃଷ୍ଟି କଲି । ତାଙ୍କ ରାଠପଢା ଉପରେ ଧ୍ୟାନ ଦେଇଥିଲି । ମୋତେ ଲାଗୁଛି ଯେବେବି ତୁମେ ଏକ ସମ୍ପର୍କ ବିଷୟରେ କଥାବାର୍ତ୍ତା କର, ତୁମେ ପ୍ରଥମେ ନିଜ ଭିତରେ ଦୃଢ ଅନୁଭବ କରିବା ଆବଶ୍ୟକ । ଏହା ନୁହେଁ ଯେ ମୋର ସମୟ ଚାଲିଯାଇଛି, କିନ୍ତୁ ଗୋଟିଏ ପଏଣ୍ଟ ପରେ ମୁଁ କୌଣସି ବିଷୟରେ ଅଧିକ ଚିନ୍ତା କରେ ନାହିଁ  । ଯଦି ଏହା ହେବାର ଥିବ ତେବେ ଦିନେ ଏହା ହେବ । '

{"width":638,"height":479}
Urvashi Dholakia recalls her Dekh Bhai Dekh days: I used to finish school  in the afternoon and then travel to R.K Studios in my school uniform -  Times of India

ଅଭିନେତ୍ରୀ ଆହୁରି କହିଛନ୍ତି, 'ମୁଁ ଜଣେ ସ୍ୱାଧୀନ ମହିଳା ଏବଂ ମୁଁ ମୋର ମୂଲ୍ୟବୋଧ ଉପରେ ଜୀବନ ବଞ୍ଚିବା ଶିଖିଛି । ତେଣୁ, ମୋତେ ଜଣେ ଏପରି ସାଥୀ ଦରକାର ଯିଏ ମୋତେ ବୁଝିବ, ମୋର ସ୍ୱାଧୀନତାକୁ ବୁଝିବ, ମୋତେ ବାନ୍ଧିବାକୁ କିମ୍ବା ଅବମାନନା କରିବାକୁ ନୁହେଁ । '

ଟିଭି ସିରିଏଲ୍ ‘କସୌଟି ଜିନ୍ଦେଗି’ ରେ ଉର୍ବଶୀ ଢୋଲକିଆ କମୋଲିକା ଭୂମିକାରେ ଅଭିନୟ କରିଥିଲେ । ଯାହା ପରେ ସେ ଅନେକ ସିରିଏଲରେ ଅଭିନୟ କରିଥିଲେ । ସେ ୨୦୧୨ ରେ ବିଗ୍ ବସ୍ ସିଜନ୍ ୬ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଶୋ’ର ବିଜେତା ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.