‘୨୫ଦିନ ରୋଲରକୋଷ୍ଟର ରାଇଡ ଭଳି ଥିଲା’- କରୋନା ଯୁଦ୍ଧରେ ଜିତିବା ପରେ ନିଜ ସଂଘର୍ଷ ବିଷୟରେ କହିଲେ ଉର୍ବଶୀ

Published By : Prameya-News7 Bureau | October 11, 2020 IST

ମୁମ୍ବାଇ ୧୧/୧୦: କରୋନା ଭାଇରସ୍ ଏବେ ବି ଦେଶବ୍ୟାପି କାୟା ବିସ୍ତାର କରି ଚାଲିଛି କିନ୍ତୁ ଏବେ ପାଖାପାଖି ସବୁ ଜିନିଷ ଖୋଲିଯାଇଛି। ଫିଲ୍ମର ସୁଟିଂ ମଧ୍ୟ ଅନେକ ସମୟରୁ ଆରମ୍ଭ କରି ଦିଆଯାଇଛି ଏବଂ ଏବେ ତ ସରକାରଙ୍କ ଦ୍ବାରା ଏକଥା ଘୋଷଣା କରି ଦିଆଯାଇଛି ଯେ ଦେଶବ୍ୟାପି ସିନେମା ହଲ୍ ଗୁଡ଼ିକ ମଧ୍ୟ ଖୁବ୍ ଶୀଘ୍ର ଖୋଲି ଦିଆଯିବ। ଅନେକ ଷ୍ଟାର୍ସ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ପୂରା ସାବଧାନତା ଅବଲମ୍ବନ କରିବା ସତ୍ବେ ମଧ୍ୟ କରୋନାର ଶିକାର ହୋଇଛନ୍ତି। ଏହି ତାଲିକାରେ ଗୋଟିଏ ନାଁ କସୌଟି ଜିନ୍ଦଗି କି ଧାରାବାହିକରେ କୋମୋଳିକାର ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଉର୍ବଶୀ ଢ଼ୋଲକିଆଙ୍କ ମଧ୍ୟ ରହିଛି। ଉର୍ବଶୀ ଇନଷ୍ଟାଗ୍ରାମ୍ ଜରିଆରେ କରୋନା ସଂକ୍ରମଣରେ ନିଜ ସଂଘର୍ଷ ବିଷୟରେ କହିଛନ୍ତି।

{"id":342279,"sizeSlug":"large"}

ଉର୍ବଶୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସ୍ବାସ୍ଥ୍ୟ ହିସାବରେ ଦେଖିବାକୁ ଗଲେ ତାଙ୍କ ପାଇଁ ୨୫ଦିନ କୌଣସି ରୋଲରକୋଷ୍ଟର ଚଢ଼ିବାଠୁ କମ୍ ନଥିଲା। ସେ ଏବେ ଯାଏଁ କିଛି କହୁନଥିଲେ କାରଣ ଏହି ଭାଇରସକୁ ମାତ୍ ଦେବା ତାଙ୍କ ପାଇଁ ସବୁଠୁ ବେଶୀ ଜରୁରୀ ଥିଲା। ସେ ଏବେ କରୋନାରୁ ପୂରାପୂରି ସୁସ୍ଥ ହେବା ପରେ ଏହା ବିଷୟରେ ନିଜ ଭାବନା ଅଭିବ୍ୟକ୍ତ କରୁଛନ୍ତି।

wp:core-embed/instagram {"url":"https://www.instagram.com/p/CGJtnBspjsY/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CGJtnBspjsY/?utm_source=ig_embed
/wp:core-embed/instagram

ସେ ଏବେ ପୂରାପୂରି ଭଲ ହୋଇଯାଇଛନ୍ତି ଏବଂ କରୋନା ମୁକ୍ତ ହୋଇ ସାରିଛନ୍ତି। ଏହା କଷ୍ଟ ସମୟ ଥିଲା କିନ୍ତୁ ସେ ଏଥିରୁ ମୁକ୍ତି ପାଇଥିଲେ। ଏବେ ସେ ପୁଣି ଥରେ ସକରାତ୍ମକତା ଅନୁଭବ କରୁଛନ୍ତି। ଏହା ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଯୁଦ୍ଧ ଥିଲା ଯାହାକୁ ସେ ଭଗବାନଙ୍କ କୃପାରୁ ଜିତି ଯାଇଥିଲେ।

{"id":342276,"sizeSlug":"large"}

ଉର୍ବଶୀ,ସାଗର ଏବଂ କ୍ଷିତିଜ ନାମକ ୨ପୁଅଙ୍କ ମାଆ। ସେ ସିଙ୍ଗଲ୍ ପ୍ୟାରେଣ୍ଟ। ଉର୍ବଶୀଙ୍କ ପାଖରେ ଏବେ କୌଣସି ବଡ଼ ପ୍ରୋଜେକ୍ଟ ନାହିଁ। ଗତ ଥର ସେ ନଚ ବଲିୟେର ନବମ ସିଜନରେ ନଜର ଆସିଥିଲେ।

{"id":342282,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.