ବାଡିରୁ ତୋଳୁଥିଲେ ପରିବାର, ଲାଗିଲା ବିଦ୍ୟୁତ୍ ଝଟକା: ଚାଲିଗଲା ବୃଦ୍ଧାଙ୍କ ଜୀବନ

Published By : Prameya-News7 Bureau | October 08, 2021 IST

କେନ୍ଦୁଝର ୦୮/୧୦: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପାଉଛିଆ ଗାଁରେ ଅଭାବନୀୟ ଘଟଣା । ଗାଁର ୬୦ ବର୍ଷୀୟ ଆନନ୍ଦ ମହାନ୍ତଙ୍କ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ସକାଳେ ଆନନ୍ଦ ମହାନ୍ତ ତାଙ୍କ ଘର ପଛପଟ ବାଡିକୁ ପରିବା ପାଇଁ ଯାଇଥିଲେ । ବଗିଚାରେ ପଣସ ଗଛକୁ ଲାଗି ବିଦ୍ୟୁତ୍ ତାର ଯାଇଛି ।

ଆନନ୍ଦ ପରିବା ତୋଳି ଉକ୍ତ ପଣସ ଗଛ ପାଖକୁ ଯାଇଥିଲେ । କୌଣସି କାରଣରୁ ବିଦ୍ୟୁତ୍ ତାର ଲାଗିଥିବା ପଣସ ଗଛକୁ ସ୍ପର୍ଶ କରିଥିଲେ । ଯାହାଫଳରେ ଆନନ୍ଦ ମହାନ୍ତଙ୍କୁ କରେଣ୍ଟ ଲାଗିଥିଲା । ଗାଁ ଲୋକେ ଦେଖି ସଙ୍ଗେ ସଙ୍ଗେ ହରିଚନ୍ଦନପୁର୍ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.