ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସ ଛାଡିବା ପରେ ତାଙ୍କ ବିବାହ ଓ ସ୍ବାମୀଙ୍କ ବିଷୟରେ ଜୋର ଧରିଛି ଚର୍ଚ୍ଚା

Published By : Prameya-News7 Bureau | September 12, 2019 IST

ମୁମ୍ବାଇ୧୨|୯: ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ସାଧାରଣ ନିର୍ବାଚନ ବେଳେ କଂଗ୍ରେସରେ ଯୋଗ ଦେଇଥିଲେ। ମାତ୍ର କିଛି ମାସ ଭିତରେ ସେ ଦଳ ଛାଡିଛନ୍ତି। ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ସେ ନିଜେ ଦଳ ଛାଡିଥିବା ଘୋଷଣା କରିଥିଲେ। ହେଲେ ଏଯାଏଁ ଦଳ ପକ୍ଷରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନାହିଁ ବେଲି ସେ କହିଛନ୍ତି।

{"id":156597}

ତେବେ ରାଜନୀତିରେ ନ ଥାଇ ମଧ୍ୟ ସେ ଜନତାଙ୍କ ସେବା କରିବେ ବୋଲି କହିଛନ୍ତି। ପାର୍ଟିରେ ମନଇଚ୍ଛା ରାଜନୀତି ଚାଲିବାକୁ କେନ୍ଦ୍ର କରି ଉର୍ମିଳା ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ଥରେ ମିଲିନ୍ଦ ଦେୱଡା ସମ୍ବନ୍ଧିତ ଏକ ଗୋପନୀୟ ତଥ୍ୟ  ଲିକ୍‌ ହୋଇଯାଇଥିଲା।ଏଥିରେ ନେତୃତ୍ବର ଅଭାବ ଓ ଆଭ୍ୟନ୍ତରୀଣ କନ୍ଦଳ ବିଷୟରେ କୁହାଯାଇଥିଲା। ତେବେ ଉର୍ମିଳା ଏହାକୁ ବିଶ୍ବାସଘାତକତାର ନାଁ ଦେଇଥିଲେ।

{"id":156598,"width":551,"height":349}

ଉର୍ମିଳାଙ୍କର ଏହି ନିଷ୍ପତ୍ତି ଯୋଗୁଁ କେବଳ କଂଗ୍ରେସ ନୁହଁ ବରଂ ସମସ୍ତଙ୍କୁ ଏକ ବଡ ଝଟ୍‌କା ଲାଗିଛି। ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନ ଆଗକୁ ଥିବାବେଳେ ଉର୍ମିଳା ଦଳ ଛାଡିବା ନିଶ୍ଚୟ ମହାରାଷ୍ଟ କଂଗ୍ରେସକୁ ଏକ ଝଟକା ।

{"id":156599}

ତେବେ ଏବେ ଉର୍ମିଳା ଦଳ ଛାଡିବାପରେ ଗୁଗୁଲ ସର୍ଚ୍ଚକୁ ନେଇ ଏକ ବଡ ଖବର ପଦାକୁ ଆସିଛି ।ଉର୍ମିଳାଙ୍କ ଇସ୍ତଫାର କାରଣ ଖୋଜିବା ଛାଡି ଲୋକେ ତାଙ୍କ ସ୍ବାମୀଙ୍କ ବିଷୟରେ ସର୍ଚ୍ଚ କରୁଛନ୍ତି। ଗୁଗୁଲ ଟ୍ରେଣ୍ଡରୁ ଜଣା ପଡିଛି ଯେ, ଲୋକେ ଉର୍ମିଳାଙ୍କ ବିବାହ ଓ ସ୍ବାମୀଙ୍କ ବିଷୟରେ ଅନ୍‌ଲାଇନ ଖୋଜୁଛନ୍ତି।

{"id":156600}

ଜଣେ ମହିଳା ରାଜନୀତି ଛାଡିବାର କାରଣ ସବୁବେଳେ ତାଙ୍କ ସ୍ବାମୀ, ପରିବାର ବା ଛୁଆ ପିଲା ହୋଇନଥାନ୍ତି। ତେବେ ଏହା ଏକ ଆଶ୍ଚର୍ଷ୍ୟର ବିଷୟ ଯେ,ଜଣେ ପୁପୁଷ ରାଜନାତି ଛାଡିଲେ ଲୋକେ କେବେ ଏଭଳି ଜିନିଷର ଖୋଳତାଳ କରନ୍ତି ନାହିଁ। ଲୋକେ ଭୁଲି ଯାଆନ୍ତି ଯେ, ଜଣେ ମହିଳାର ନିଜ ସ୍ବାମୀ ଓ ପରିବାର ଛଡା ନିଜ କିଛି ବ୍ୟକ୍ତିତ୍ବ ଥାଏ।

{"id":156601}

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ, ଭାରତୀୟ ଲୋକେ ଉର୍ମିଳାଙ୍କ ଦଳ ଛାଡିବା ପରେ ତାଙ୍କ ସ୍ବାମୀ ଓ ବିବାହ ବିଷୟରେ ଜାଣିବାକୁ ଚାହଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.