Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

୧୨ବର୍ଷ ପରେ ବଡ ପରଦାକୁ ଫେରିବେ ଉର୍ମିଲା ମାତୋଣ୍ଡକର, କହିଲେ ଏମିତି…

10/03/2021 at 9:59 AM

ନୂଆଦିଲ୍ଲୀ ୧୦/୦୩: ରାଜନୀତିରେ ପାଦ ରଖିଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି ।  ନିକଟରେ ଉର୍ମିଲା ମାତୋଣ୍ଡକର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ସେ ୧୨ ବର୍ଷ ପରେ ପୁଣିଥରେ ଫିଲ୍ମରେ ନଜର ଆସିବେ । ସେ ଏକ ନୂଆ ଫିଲ୍ମ ସହିତ ବଡପରଦାକୁ ଫେରୁଛନ୍ତି ।  ଏଥିସହ ସେ କହିଛନ୍ତି ତାଙ୍କୁ ଏକ ୱେବ୍ ଶୋରେ ମଧ୍ୟ ଦେଖିବାକୁ ମିଳିବ ।

उर्मिला मातोंडकर

ଉର୍ମିଲା ବଲିଉଡରେ ରଙ୍ଗୀଲା, ପ୍ୟାର୍ ତୁନେ କ୍ୟା କିୟା, ଭୁତ୍, ପିଞ୍ଜର ଭଳି ଅନେକ ହିଟ୍ ଫିଲ୍ମ କରିଛନ୍ତି । ଉର୍ମିଲାଙ୍କୁ ଶେଷଥର ପାଇଁ ୨୦୧୮ ମସିହାରେ ଇରଫାନ ଖାନଙ୍କ ଫିଲ୍ମ ‘ବ୍ଲାକମେଲ୍’ର ଏକ ବିଶେଷ ଗୀତରେ ଦେଖିବାକୁ ମିଳିଥିଲା । ଏହା ପରେ ଉର୍ମିଲା ବଲିଉଡରୁ ଦୂରେଇ ଯାଇଥିଲେ ଏବଂ ୨୦୧୯ ରେ ରାଜନୀତିରେ ପ୍ରବେଶ କରିଥିଲେ ।

Urmila Matondkar: 'I have never changed my religion, nor was I asked to'

ଉର୍ମିଲା ମାତୋଣ୍ଡକର କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ​​ଲଢିଥିଲେ । ଏହା ପରେ ସେ ଗତ ବର୍ଷ କଂଗ୍ରେସଠାରୁ ଅଲଗା ହୋଇ ଶିବସେନା ସହିତ ହାତ ମିଳାଇଥିଲେ । ଉର୍ମିଲା ରାଜନୀତିରେ ସକ୍ରିୟ କିନ୍ତୁ ସେ ନିଜକୁ ଫିଲ୍ମ ଦୁନିଆରୁ ଅଧିକ ସମୟ ଦୂରରେ ରଖିବାକୁ ଚାହୁଁନାହାଁନ୍ତି । ୨୦୨୦ ରେ ୱେବ୍ ସିରିଜ୍ ମାଧ୍ୟମରେ ଉର୍ମିଲା ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ସ୍ଥିର କରିଥିଲେ କିନ୍ତୁ କରୋନା କାରଣରୁ ସେ ଅଟକି ଯାଇଥିଲେ ।

उर्मिला मातोंडकर

ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ମୁଁ ଗତ ବର୍ଷ ଏପ୍ରିଲରେ ଏକ ୱେବ୍ ସିରିଜ୍ କରିବାକୁ ଯାଉଥିଲି, ଯାହାର ସ୍କ୍ରିପ୍ଟ ମଧ୍ୟ ମୋତେ ଖୁବ୍ ପସନ୍ଦ ଆସିଥିଲା । ତେବେ ଲକଡାଉନ୍ ହେତୁ ଏହାକୁ ଆଗକୁ ବଢାଇ ଦିଆଯାଇଥିଲେ ।’ ଏହି ପ୍ରଜେକ୍ଟ ଆରମ୍ଭ ହେବ କି ନାହିଁ ସେ ମଧ୍ୟ ଜାଣି ନାହାଁନ୍ତି, କିନ୍ତୁ ଖୁବ୍ ଶୀଘ୍ର ସେ ଏକ ଫିଲ୍ମ ସହିତ ବଡ ପରଦାକୁ ଫେରୁଛନ୍ତି ।

उर्मिला मातोंडकर (फाइल फोटो)

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ କେବଳ ସେହି କାମ କରିବି ଯାହା ମୋତେ ପସନ୍ଦ ଆସିବ । ଯଦି ୱେବ୍ ଶୋ ହେଉନାହିଁ, ତେବେ ମୁଁ ଆଉ କିଛି କରିବେ ।  ଶୀଘ୍ର ତୁମେ ମୋତେ ବଡ ପରଦାରେ ଦେଖିବ । ମୁଁ ଆଶା କରୁଛି ମୋ ଫ୍ୟାନ୍ସମାନଙ୍କ ପାଇଁ କିଛି ଆକର୍ଷଣୀୟ ଆଣିବି । ମୁଁ ନିଜକୁ ପ୍ରତିଶୃତି ଦେଇଛି, ବର୍ତ୍ତମାନ ଯେଉଁ କାମ କରିବି, ତାହା କେବଳ ମୋତେ ନୁହେଁ ଦର୍ଶକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ ।’

   Related Posts