Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଉର୍ମିଲାଙ୍କ ସ୍ୱାମୀ ମୋହସୀନ ଅଖତରଙ୍କ ପାକିସ୍ତାନ ସହ ରହିଛି ସମ୍ପର୍କ !

29/03/2019 at 8:02 PM

ନୂଆଦିଲ୍ଲୀ ୨୯/୩ : ସୋସିଆଲ ମିଡ଼ିଆରେ ଏକ ଖବର ଦ୍ରୁତଗତିରେ ବ୍ୟାପି ଚାଲିଛି | ବଲିଉଡ ଅଭିନେତ୍ରୀ ଉର୍ମିଳା ମାତଣ୍ଡକରଙ୍କ ସ୍ୱାମୀ ଜଣେ ପାକିସ୍ତାନୀ ବ୍ୟବସାୟୀ | ଆଜି ଲୋକସଭା ଆସନ ପାଇଁ ଉର୍ମିଳାଙ୍କ ଟିକେଟ ଫାଇନାଲ ହେବାପରେ ଉର୍ମିଲାଙ୍କ ବିରୋଧରେ ଏହିଭଳି ମନ୍ତବ୍ୟ ଫେସବୁକ ଏବଂ ହ୍ୱାଟ୍ସ ଆପରେ ସେୟାର କରାଯାଉଛି | ଉର୍ମିଲା ଏବଂ ତାଙ୍କ ସ୍ୱାମୀଙ୍କ ଫଟୋ ପୋଷ୍ଟ କରି ସେଥିରେ ଲେଖାଯାଇଛି ଯେ, ବହୁତ ଲୋକ ଜାଣିଥିବେ ଉର୍ମିଲା ଜଣେ ପାକିସ୍ତାନୀଙ୍କୁ ବିବାହ କରିଛନ୍ତି |


କିଛି ଲୋକ ଏହା ମଧ୍ୟ ଲେଖିଛନ୍ତି ଯେ, ଉର୍ମିଲା ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି | ତେବେ ଏସବୁ ଭୁଲ ତଥ୍ୟ | ଏହିଭଳି ହଜାର ହଜାର ଭୁଲ ତଥ୍ୟ ଫେସବୁକରେ ପ୍ରତିଦିନ ପୋଷ୍ଟ ହେଉଛି | ଏହି ସୂଚନା ସାର୍ବଜନୀନ ଭାବେ ଉପଲବ୍ଧ ଯେ, ଉର୍ମିଲାଙ୍କ ସ୍ୱାମୀ ମୋହସୀନ ଅଖତାର ମୀର ଭାରତ ଅନ୍ତର୍ଗତ କାଶ୍ମୀର ବାସିନ୍ଦା, ପାକିସ୍ତାନ ବାସିନ୍ଦା ନୁହନ୍ତି |

ଉର୍ମିଲା ନିଜଠୁ ୯ ବର୍ଷ ସାନ କାଶ୍ମିରୀ ପରିବାରର ମୋହସୀନଙ୍କୁ ବିବାହ କରିଛନ୍ତି | ସେ ଜଣେ ବ୍ୟବସାୟୀ | ମୋହସୀନ ୨୧ ବର୍ଷ ବୟସରେ ମୁମ୍ବାଇ ଚାଲି ଆସିଥିଲେ ଏବଂ ମଡେଲିଂ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ | ୨୦୦୯ ମସିହାରେ ବଲିଉଡ ଫିଲ୍ମ ଲକ ବାଇ ଚାନ୍ସ’ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ | ୨୦୧୪ ମସିହାରେ ଡ୍ରେସ ଡିଜାଇନର ମନୀଷ ମଲହୋତ୍ରଙ୍କ ଝିଆରୀ ବାହାଘରରେ ଉର୍ମିଲା ଏବଂ ମୋହସୀନଙ୍କ ପ୍ରଥମ ସାକ୍ଷାତ ହୋଇଥିଲା |


୨ ଦିନ ପୂର୍ବରୁ ଉର୍ମିଲା କଂଗ୍ରେସରେ ସାମିଲ ହୋଇଥିଲେ | ତାଙ୍କୁ ମୁମ୍ବାଇ ଲୋକସଭା ଆସନରୁ ଟିକେଟ ଦିଆଯାଇଛି |

   Related Posts