Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ଉର୍ମିଲା ମାତୋଣ୍ଡକରଙ୍କୁ ଚୟନ କଲା ଶିବସେନା

30/10/2020 at 10:34 PM

ମୁମ୍ବାଇ ୩୦।୧୦: ଶିବସେନା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କୁ ରାଜ୍ୟପାଳଙ୍କ କୋଟା ଜରିଆରେ ମହାରାଷ୍ଟ୍ର ବିଧାନ ପରିଷଦରେ ନାମାଙ୍କନ ପାଇଁ ଚୟନ କରିଛି। ଏହାର ସୂଚନା ଦେଇ ସେନାର ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉର୍ମିଲା ମାତୋଣ୍ଡକରଙ୍କ ସହ କଥା ହୋଇଛନ୍ତି। ମାତୋଣ୍ଡକର ସେନା ଦ୍ଵାରା ମନୋନୟନରେ ସହମତି ପ୍ରକାଶ କରିଛନ୍ତି।

ମହା ବିକାଶ ଅଘାଡି ସରକାର ରାଜ୍ୟ ବିଧାନସଭାର ଉଚ୍ଚ ସଦନରେ ନାମାଙ୍କନ ପାଇଁ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ୧୨ ନାମ ସୁପାରିସ୍ କରିବାକୁ ଯାଉଛି। ଏଥିସହ ଉର୍ମିଲା ମାତୋଣ୍ଡକରଙ୍କୁ ମୁଖପାତ୍ର ଭାବେ ଶିବସେନା ନିଯୁକ୍ତ କରିବାର ମଧ୍ୟ ସମ୍ଭାବନା ରହିଛି।

ନାମାଙ୍କନ ପାଇଁ କଂଗ୍ରେସ ଅଭିନେତ୍ରୀଙ୍କ ନାମ ଉପରେ ପୂର୍ବରୁ ବିଚାର କରିଥିଲା। ହେଲେ ଶିବସେନା ତାଙ୍କ ନାମ ବିଧାନସଭା ପରିଷଦ ପାଇଁ ଚୟନ କରିଛି। ମାତୋଣ୍ଡକର ୨୦୧୯ ଲୋକସଭାରେ ନର୍ଥ ମୁମ୍ବାଇରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢିଥିଲେ। ସେ ବିଜେପି ପ୍ରାର୍ଥୀ ଗୋପାଲ ସେଟ୍ଟୀଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ଗୁରୁବାର ମହାରାଷ୍ଟ୍ର କ୍ୟାବିନେଟ୍‌ର ଏକ ପ୍ରସ୍ତାବକକୁ ମଞ୍ଜୁରୀ ଦେଇଥିଲା, ଯେଉଁଥିରେ ୧୨ ଜଣଙ୍କ ନାମ ପରିଷଦ ପାଇଁ ରାଜ୍ୟପାଳକୁ ସୁପାରିସ୍ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା। ସୂତ୍ର ଅନୁଯାୟୀ ଶିବସେନା, ଏନସିପି ଓ କଂଗ୍ରେସ ଚାରି ଚାରି ଜଣ ନାମ ସୁପାରିସ କରିଛନ୍ତି।

   Related Posts