Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଧଳା ଡ୍ରେସ ପିନ୍ଧି ମୁଣ୍ଡରେ ପଗଡି ବାନ୍ଧି ନାମାଙ୍କନ ପତ୍ର ଦାଖଲ କରିବାକୁ ପହଁଚିଲେ ଉର୍ମିଳା : ଦେଲେ ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ

9/04/2019 at 2:02 PM

ମୁମ୍ବାଇ ୯/୪ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଉତ୍ତରାଞ୍ଚଳ ମୁମ୍ବାଇରୁ ଲୋକସଭା ପ୍ରାର୍ଥୀ ଆସନରୁ କଂଗ୍ରେସ ତରଫରୁ ଲଢ଼ୁଛନ୍ତି | ଉର୍ମିଳା ସୋମବାର ଦିନ ବାନ୍ଦ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବାବେଳେ ଉର୍ମିଳା ଟିକେ ଅଲଗା ଅନ୍ଦାଜରେ ଯାଇଥିଲେ |

ଉର୍ମିଳା ନାମାଙ୍କନ ପତ୍ର ଦାଖଲ ବେଳେ ଧଳା ରଙ୍ଗର ଡ୍ରେସ ପିନ୍ଧିଥିଲେ ଏବଂ ମୁଣ୍ଡରେ ଏକ ନାରଙ୍ଗୀ ରଙ୍ଗର ପଗଡି ପନ୍ଧିଥିଲେ | ଉର୍ମିଳା ଇନ୍ସଟାଗ୍ରାମରେ ନିଜର ଏହି ଫଟୋ ସେୟାର କରିଛନ୍ତି | ଉର୍ମିଳା ନିଜର ସମର୍ଥକଙ୍କୁ ଏବଂ ମିଡ଼ିଆକୁ ଧନ୍ୟବାଦ ଜଣାଇଛନ୍ତି |


କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ନାମାଙ୍କନ ବେଳେ ନିଜ ସମ୍ପତ୍ତି ଘୋଷଣା କରିଥିଲେ | ଉର୍ମିଳାଙ୍କ ପାଖରେ ୬୮.୨୮ କୋଟି ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଥିଲେ | ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ | ନିର୍ବାଚନ ଆୟୋଗଙ୍କ ପାଖରେ ଦାଖଲ ହୋଇଥିବା ଉର୍ମିଳାଙ୍କ ଘୋଷଣାପତ୍ର ଅନୁଯାୟୀ, ୨୦୧୩-୧୪ ମସିହାରେ ଉର୍ମିଳାଙ୍କ ଆୟ ୧.୨୭ କୋଟି ଥିଲା |

୨୦୧୭-୧୮ ମସିହାରେ ଏହା ଦୁଇ ଗୁଣ ବଢି ୨.୮୫ କୋଟି ହୋଇଥିଲା | ଉର୍ମିଳାଙ୍କ ପାଖରେ ସ୍ଥାବର ସମ୍ପତ୍ତି ପାଖାପାଖି ୪୦ କୋଟି ଥିବାବେଳେ ଅସ୍ଥାବର ସମ୍ପତ୍ତି ପାଖାପାଖି ୨୭ କୋଟି ରହିଛି | ଉର୍ମିଳା ୩୨ ଲକ୍ଷ ଟଙ୍କା ଋଣ ମଧ୍ୟ କରିଛନ୍ତି | ତାଙ୍କ ସମ୍ପତ୍ତିରେ ବ୍ୟାଙ୍କରେ ଜମା ଟଙ୍କା, ଗାଡି, ଜମି ତଥା ପୁଣି ବିନିଯୋଗ କରିଥିବା ସମ୍ପତ୍ତି ସାମିଲ |

ସୂଚନାଯୋଗ୍ୟ ଯେ, ଉର୍ମିଳା କାଶ୍ମୀରବାସୀ ଏମ.ଏ.ମୀରଙ୍କୁ ବିବାହ କରିଛନ୍ତି | ମୀରଙ୍କ ସ୍ଥାବର ସମ୍ପତ୍ତି ପାଖାପାଖି ୩୨ ଲକ୍ଷ ହୋଇଥିବାବେଳେ ଅସ୍ଥାବର ସମ୍ପତ୍ତି ପାଖାପାଖି ୩୦ ଲକ୍ଷ ରହିଛି | ତାଙ୍କର ମୋଟା ସମ୍ପତ୍ତି ପାଖାପାଖି ୬୨ଲକ୍ଷ ରହିଛି | ମୀର ଜଣେ ବ୍ୟବସାୟୀ ଏବଂ ସେ ମଡେଲିଂ ମଧ୍ୟ କରନ୍ତି |

   Related Posts