ବିବେକଙ୍କ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ ଉର୍ମିଳା, କହିଲେ ନିହାତି ନିନ୍ଦନୀୟ
21/05/2019 at 1:13 PM

ଦିଲ୍ଲୀ ୨୧/୫ : ଟ୍ୱିଟରରେ ବିବେକ୍ ଓବେରଏ ଐଶ୍ୱର୍ଯ୍ୟା ରାୟଙ୍କୁ ପରିହାସ କରିବା ପରେ ବିବେକ୍ ଓବେରଏଙ୍କ ଅଡୁଆ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟି ବିବେକଙ୍କ ଏହି ପରିହାସ ହିଁ ତାଙ୍କୁ ନିନ୍ଦା କରିଛନ୍ତି । ସୋନମ କପୁର, ଜ୍ୱାଳା ଗୁଟ୍ଟା ଏବଂ ଏବେ କଂଗ୍ରେସ ତରଫରୁ ଲୋକସଭା ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ମଧ୍ୟ ଟ୍ୱିଟ ଜରିଆରେ ବିବେକଙ୍କୁ ଆକ୍ଷେପ କରିଛନ୍ତି ।

ଉର୍ମିଳା କହିଛନ୍ତି ଯେ, ବିବେକଙ୍କ ଏହି ମନ୍ତବ୍ୟ ନିହାତି ନିନ୍ଦନୀୟ । ସେ ନିହାତି ଅନୁଚିତ ପୋଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯଦି ଆପଣ ମହିଳା ଏବଂ ଛୋଟ ପିଲାଙ୍କୁ କ୍ଷମା ମାଗିପାରିବେ ନାହିଁ ତାହେଲେ ସେହି ପୋଷ୍ଟକୁ ହଟାଇ ଦେବା ଉଚିତ ।
କେବଳ ଫିଲ୍ମ ତାରକା ନୁହେଁ ବରଂ ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ବିବେକଙ୍କ ଏହି ପୋଷ୍ଟକୁ ନେଇ ନିନ୍ଦା କରିଛନ୍ତି । ଏନେଇ ବିବେକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ ସୋନମଙ୍କ ଟ୍ୱିଟର ଜବାବ ରଖିଛନ୍ତି । ବିବେକ କହିଛନ୍ତି ଯେ, ସୋନମ ଏହି ପୋଷ୍ଟକୁ ନେଇ ପ୍ରତିକ୍ରିୟା କାହିଁକି ରଖୁଛନ୍ତି । ମୁଁ ତାଙ୍କୁ ଉପଦେଶ ଦେବାକୁ ଚାହିଁବି ଯେ, ସେ ଓଭର ରିଆକ୍ଟ ନକରନ୍ତୁ । ତେବେ ବିବେକ କ୍ଷମା ମାଗିବା ମୁଡ଼ରେ ନଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି ।
ବିବେକଙ୍କ ଅଡୁଆ ସେତେବେଳେ ବଢିଥିଲା ଯେତେବେଳେ ରାଷ୍ଟ୍ରୀୟ ମହିଳା ଉଦ୍ୟୋଗ ବିବେକଙ୍କ ପୋଷ୍ଟକୁ ନେଇ ତାଙ୍କୁ ନୋଟିସ ଜାରି କରିଥିଲେ । ରାଷ୍ଟ୍ରୀୟ ମହିଳା ଆୟୋଗ ଚେୟାରମ୍ୟାନ ରେଖା ଶର୍ମା କହିଛନ୍ତି ଯେ, ବିବେକଙ୍କ ଏହି ଟ୍ୱିଟ ସମ୍ପୂର୍ଣ ନିନ୍ଦନୀୟ ଏବଂ ଅପ୍ରିୟ । ଏହି ପୋଷ୍ଚ ମହିଳାଙ୍କ ଛବିକୁ ଖରାପ କରୁଛି ।

ନିଜ ଥଟ୍ଟା ପରିହାସରେ ଲୋକଙ୍କୁ ହସାଉଥିବା ବିବେକ୍ ଓବେରଏଙ୍କ ଏହି ଥଟ୍ଟା କାହାକୁ ପସନ୍ଦ ଆସିନଥିଲା । ଏହି ପୋଷ୍ଟ ପାଇଁ ଆଗକୁ ବିବେକ୍ ଓବେରଏଙ୍କୁ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିବାକୁ ପଡିବ ତାହା ଦେଖିବା ବାକି ରହିଲା ।