Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କୋଟିପତି ଉର୍ମିଳା ନାମାଙ୍କନ ପତ୍ରରେ କାହିଁକି ଲେଖିଲେନି ସ୍ବାମୀଙ୍କ ନାଁ : ଜାଣନ୍ତୁ

10/04/2019 at 3:40 PM

ମୁମ୍ବାଇ ୧୦/୪: ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଉର୍ମିଳା ମାତୋଣ୍ଡକର ଉତ୍ତର ମୁମ୍ବାଇ ଲୋକସଭା ଆସନରୁ କଂଗ୍ରେସ ପ୍ରର୍ଥୀଭାବେ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି ।  ବାନ୍ଦ୍ରା ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ ବେଳେ ଶପଥପତ୍ରରେ ସେ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଉର୍ମିଳାଙ୍କ ଘୋଷଣା ଅନୁସାରେ ତାଙ୍କ ପାଖରେ ୬୮କୋଟି ୨୮ଲକ୍ଷ ୨୭ହଜାର ୪୭୪ଟଙ୍କାର ସମ୍ପତ୍ତି ରହିଛି। ଏଥିରେ ବ୍ୟାଙ୍କ ଖାତାରେ ଜମା, ସେୟାର ବୋର୍ଡ଼, ଜମିଜମା, ପିଏଫ, କାର ନଗଦ, ଗହଣା ସହ ଅନ୍ୟାନ୍ୟ ସମ୍ପତ୍ତି ସହ ସେଥିରୁ ଆସୁଥିବା ଉପାର୍ଜନ ସାମିଲ ରହିଛି।

ତାଙ୍କ ପାଖରେ ୧କୋଟି ୩୭ଲକ୍ଷ ୯୫ହଜାର ଟଙ୍କାର ହୀରା ଗହଣା,୧ଲକ୍ଷ ୪୮ହଜାର ଟଙ୍କାର ସ୍ବର୍ଣ୍ଣ ମୁଦ୍ରା,୧୭ଲକ୍ଷ ୬୫ହଜାର ସୁନା ଅଳଙ୍କାର ରହିଥିବା ଦର୍ଶାଇଛନ୍ତି। ଏହା ବ୍ୟତୀତ ତାଙ୍କ ପାଖରେ ଏକ ମର୍ସିଡିଜ କାର ଏବଂ ଏକ ଆକ୍ଟିଭ ମଗନା କାର ରହିଥିବା କଥା ସେ କହିଛନ୍ତି। ସ୍ଥାବର ସମ୍ପତ୍ତି ମଧ୍ୟରେ ଉର୍ମିଳାଙ୍କ ବାନ୍ଦ୍ରାରେ ୪ଟି ଫ୍ଲାଟ୍ ରହିଛି। ମାର୍କେଟରେ ଏହାର ମୋଟ ମୂଲ୍ୟ ବର୍ତ୍ତମାନ ପାଖାପାଖି ୨୭.୩୪କୋଟି। ଏହା ସହିତ ମୁମ୍ବାଇରେ ତାଙ୍କର ୧୦ଏକରର ଜମି ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଉର୍ମିଳା ନିଜର ଆୟ,ଭଡ଼ାରୁ ହେଉଥିବା ଆୟ ଏବଂ ନିବେଶ ସହିତ ସମୁଦାୟ ଆୟ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି।

ଉର୍ମିଳା  ମୁମ୍ବାଇର ରୁପାରେଲ କଲେଜରୁ ବିଏ ଦ୍ବିତୀୟ ବର୍ଷ ଯାଏଁ ପଢ଼ିଥିବା ବିଷୟରେ ସୂଚନା ଦେଇଛନ୍ତି। ତେବେ ଉର୍ମିଳା ନିଜର ନାମାଙ୍କନ ପତ୍ରରେ ସ୍ବାମୀଙ୍କ ନାଁ ଲେଖିନାହାନ୍ତି ବରଂ ସ୍ବାମୀଙ୍କ ନାଁ ସ୍ଥାନରେ ସ୍ପାଉସ ଲେଖିଛନ୍ତି।

ଉର୍ମିଳା ଜଣେ କାଶ୍ମିରୀ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି। ସେ ଯେତେବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ତାଙ୍କୁ ସୋଶିଆଲ ମିଡିଆରେ ମୁସଲିମ କହି ଟ୍ରୋଲ କରାଯାଇଥିଲା। ସୋଶିଆଲ ମିଡିଆରେ ପ୍ରସାରିତ ହେଲା ଯେ ଉର୍ମିଳା ନିଜର ନାଁ ପରିବର୍ତ୍ତନ କରି ମୁସଲିମ ନାଁ ରଖିଛନ୍ତି। କେବଳ ଏତିକି ନୁହେଁ,ତାଙ୍କ ବିରୋଧରେ ହିନ୍ଦୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବାର ଅଭିଯୋଗ ମଧ୍ୟ ହୋଇଥିଲା। ଏଥିପାଇଁ ସମସ୍ତେ ଅପେକ୍ଷା କରିଥିଲେ ଯେ, ନାମାଙ୍କନ ପତ୍ରରେ ଉର୍ମୀଳା ସ୍ବାମୀଙ୍କ ନାଁ କଣ ଲେଖୁଛନ୍ତି । ସେ ନାମାଙ୍କନ ପତ୍ରରେ ଉର୍ମିଳା ମାତୋଣ୍ଡକର ଲେଖିଛନ୍ତି କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ନାଁ ଲେଖିନାହାନ୍ତି। ସେ ବର୍ତ୍ତମାନ ବିଜେପି ନେତା ଏବଂ ବର୍ତ୍ତମାନ ବିଜେପି ସାଂସଦ ଗୋପାଳ ସେଟ୍ଟୀଙ୍କ ବିପକ୍ଷରେ ନିର୍ବାଚନୀ ଲଢ଼ିବେ। 

   Related Posts