Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଉର୍ଜିତ ପଟେଲ ହେଲେ NIPFPର ଚେୟାରମ୍ୟାନ୍

20/06/2020 at 5:56 PM

ନୂଆଦିଲ୍ଲୀ ୨୦।୧:  ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ନ୍ୟାସନାଲ ଇନଷ୍ଟିଚ୍ୟୁଚ୍ ଅଫ ପବ୍ଲିକ ଫାଇନାନ୍ସ ଏଣ୍ଡ ପଲିସି (ଏନଆଇପିଏଫପି)ର ଚେୟାରମ୍ୟାନ ନିଯୁକ୍ତ ହୋଇଛନ୍ତି। ସେ ୨୨ ଜୁନ ସୋମବାର ଦାୟିତ୍ୱଗ୍ରହଣ କରିବେ।  ଏହି ପଦବୀରେ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ବିଜୟ କେଲକର ଅବସ୍ଥାପିତ ଥିଲେ। ତାଙ୍କ ସ୍ଥାନରେ ପଟେଲଙ୍କୁ ଅବସ୍ଥାପିତ କରାଯାଇଛି। ଏନଆଇପିଏପପି ଏ ନେଇ ଏକ ବୟାନ ଜାରି କରିଥିବା ବେଳେ ଆରବିଆଇଙ୍କ ପୂର୍ବତନ ଗଭର୍ଣ୍ଣର ଆମ ସହ ଜୋଡିହେଉଥିବା ଏକ ଖୁସି ଖବର ବୋଲି କହିଛନ୍ତି।

ପଟେଲ ୨୨ ଜୁନରୁ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ ରହିବେ। ଦେଶର ଅର୍ଥନୈତିକ କ୍ଷେତ୍ର ଲାଗି ନୀତି ପ୍ରସ୍ତୁତିରେ ଏନଆଇପିଏଫପିଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଏଣୁ ବର୍ତ୍ତମାନ ପେରିପ୍ରେକ୍ଷୀରେ ଉର୍ଜିତ ପଟେଲଙ୍କ ଯୋଗଦାନକୁ  ମହତ୍ୱପୂର୍ଣ୍ଣ ମନେ କରାଯାଉଛି।  ଆରବିଆଇରେ କାର୍ଯ୍ୟକାଳ ପୂର୍ଣ୍ଣ ହେବା ପୂର୍ବରୁ ଉର୍ଜିତ ପଟେଲ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏଥିଲାଗି ସେତେବେଳେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ।

ତେବେ ଆରବିଆଇ ଗଭର୍ଣ୍ଣର ପଦବୀରେ ଅବସ୍ଥାପିତ ଥିବା ବେଳେ ପଟେଲ ଓ ସରକାରଙ୍କ ମଧ୍ୟରେ ମତାପର୍ଥକ୍ୟ ଥିଲା ବୋଲି ଚର୍ଚ୍ଚା ହେଉଥିଲା। ଏଥିଯୋଗୁ ଆରବିଆଇ ବୋର୍ଡ ବୈଠକ ପୂର୍ବରୁ ସେ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ ପଟେଲଙ୍କୁ ଏନଆଇପିଏଫରେ ଚେୟାରମ୍ୟାନ୍ ନିଯୁକ୍ତି ପରେ ସଂସ୍ଥାନର ନିର୍ଦ୍ଦେଶକ ପଦବୀରୁ ରଥିନ ରାୟ ଇସ୍ତଫା ଦେଇଛନ୍ତି। ସେ ୨୦୧୩ ମସିହାରୁ  ଏହି ପଦବୀରେ ଅବସ୍ଥାପିତ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଇକୋନମିକ ଆଡଭାଇଜରୀ କାଉନସିଲର ପୂର୍ବତନ ସଦସ୍ୟ ମଧ୍ୟ ଥିଲେ।

   Related Posts