Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପ୍ରାଇଭେଟ୍ ପାର୍ଟରେ କୁଣ୍ଡେଇ ହେଉଛି କି ? ସଂକ୍ରମଣ ଦୂର କରିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

25/10/2020 at 3:01 PM

ଭୁବନେଶ୍ୱର ୨୫/୧୦ : ଲିଙ୍ଗ ସଂକ୍ରମଣର ଅନେକ କାରଣ ହୋଇପାରେ। ପୁରୁଷଙ୍କୁ ଲିଙ୍ଗରେ ସଂକ୍ରମଣ ଯୋଗୁଁ ଘା, ଜ୍ବଳନ, କୁଣ୍ଡିଆ ହୋଇଥାଏ। ସଂକ୍ରମଣ ହେଲେ ଡାକ୍ତରଙ୍କ ପରାମର୍ଶ ନିହାତି ହେବା ଆବଶ୍ୟକ। ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଲେ କିଛି ଘରୋଇ ଉପଚାର ଦ୍ୱାରା ମଧ୍ୟ ସମସ୍ୟା ସମାଧାନ କରାଯାଇପାରିବ।

ଜାଣନ୍ତୁ କିଛି ଘରୋଇ ଉପଚାର:

ଦହି – ଦହିରେ ଭଲ ବ୍ୟାକ୍ଟେରିଆ ରହିଛି। ଏଥିରେ ଆଣ୍ଟି ଫଙ୍ଗଲ ଗୁଣ ମଧ୍ୟ ରହିଛି। ନିୟମିତ ଦହି ସେବନ କରିବା ଦ୍ୱାରା ସଂକ୍ରମଣ ହୋଇନଥାଏ। ଏହା ତ୍ୱଚା ସଂକ୍ରମଣ ଦୂର କରିବା ସହ ଥଣ୍ଡା ଦେଇଥାଏ। ଏହାକୁ ଲେପ ଭଳି ମଧ୍ୟ ବ୍ୟବହାର କରାଯାଇପାରିବ। ସଂକ୍ରମିତ ସ୍ଥାନକୁ ସଫା ପାଣିରେ ଭଲ ଭାବେ ଧୋଇ ପୋଛିବା ପରେ ଦହି ଲେପ ଲଗାନ୍ତୁ। ଏହାକୁ ଶୁଖିବା ଯାଏଁ ରଖନ୍ତୁ। ତାପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ତେବେ ଏହା ଶୁଖିବା ଯାଏଁ କୌଣସି କପଡା ପିନ୍ଧିବେ ନାହିଁ। ଦିନକୁ ଦୁଇଥର ଏହି ଉପାୟ କରନ୍ତୁ। କିଛି ଦିନରେ ସଂକ୍ରମଣ ଭଲ ହୋଇଯିବ।

ଟି ଟ୍ରି ଅଏଲ ଟି ଟ୍ରି ଅଏଲରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି। ଏହାଦ୍ୱାରା ଶରୀରରୁ ସବୁ ପ୍ରକାର ସଂକ୍ରମଣ ଦୂର ହୋଇଥାଏ। ସଂକ୍ରମଣ ସ୍ଥାନକୁ ଭଲ ଭାବେ ଧୋଇ ସଫା କରିବା ପରେ ଟି ଟ୍ରି ଅଏଲରେ ହାଲୁକା ଭାବେ ମାଲିସ କରନ୍ତୁ। ଏହାକୁ ରଗଡିବେ ନାହିଁ। ତେଲ ଶୁଖିବା ଯାଏଁ କପଡା ପିନ୍ଧିବେ ନାହିଁ। ନିୟମିତ ଏହି ଉପାୟ ୨-୩ ଥର କଲେ ସଂକ୍ରମଣ ଭଲ ହୋଇଯିବ। 

ଆପଲ ସାଇଡ଼ର ଭିନେଗାର ଆପଲ ସାଇଡ଼ର ଭିନେଗାର ଯେକୌଣସି ପ୍ରକାର ତ୍ୱଚା ସମସ୍ୟା ପାଇଁ ଭଲ। ଏହାର ଗନ୍ଧ ଭଲ ନ ଲାଗିଲେ ମଧ୍ୟ ଏହା ଲାଭଦାୟକ। ଲିଙ୍ଗ ସଂକ୍ରମଣ ଦୂର କରିବାକୁ ଆପଲ ସାଇଡ଼ର ଭିନେଗାର ଲାଭଦାୟକ। ଏଥିପାଇଁ ସଂକ୍ରମଣ ସ୍ଥାନକୁ ଭଲ ଭାବେ ସଫା କରି ଏଥିରେ ଆପଲ ସାଇଡ଼ର ଭିନେଗାର ଲଗାନ୍ତୁ। ଶୁଖିବା ଯାଏଁ ଏମିତି ହିଁ ଛାଡି ଦିଅନ୍ତୁ। ତେବେ ମନେ ରଖନ୍ତୁ ଏହାକୁ କେବେ ବି ସିଧାସଳଖ ବ୍ୟବହାର କରିବେନାହିଁ। ଏଥିରେ ଅଳ୍ପ ପାଣି ମିଶାଇ ବ୍ୟବହାର କରିବେ। ନଚେତ ଜ୍ବଳନ ହେବ। ଏହା ଦିନକୁ ଦୁଇଥର କରିପାରିବେ। ଅଧିକ ଜ୍ବଳନ ହେଲେ ଧୋଇଦେବେ, ଆଉ ବ୍ୟବହାର କରିବେନାହିଁ।

ସାଧାରଣତଃ ସଫାସୁତୁରା ନ ରହିଲେ ସଂକ୍ରମଣ ହୋଇଥାଏ। ଏଥିପାଇଁ ପ୍ରତିଦିନ ଗାଧୋଇବା ଆବଶ୍ୟକ ଏବଂ ସଫାସୁତୁରା ରହିବା ଦରକାର। ଓଦା ଅନ୍ତବସ୍ତ୍ର ପିନ୍ଧିବା ଉଚିତ ନୁହେଁ। ଏହାସହ ଢିଲା ଓ ଆରାମଦାୟକ କପଡା ପିନ୍ଧିବା ଉଚିତ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts