ଶରୀରରେ ୟୁରିକ୍ ଏସିଡ୍ ବଢିଲେ ଦେଖା ଦେଇଥାଏ ଏହିସବୁ ସମସ୍ୟା: ଜାଣନ୍ତୁ ଘରୋଇ ଉପଚାର
20/07/2020 at 2:19 PM

ଭୁବନେଶ୍ୱର ୨୦/୦୭ : ୟୁରିକ ଏସିଡ ଏମିତି ଏକ ରସାୟନ ଯାହା ପାଚନ ସମୟରେ ପ୍ରୋଟିନ କ୍ଷୟ ହେବାରୁ ସୃଷ୍ଟି ହୋଇଥାଏ | ୟୁରିକ ଏସିଡ ରକ୍ତରେ ମିଶି କିଡନୀରେ ପହଞ୍ଚିଥାଏ ଏବଂ ପରିସ୍ରା ଦ୍ୱାରା ଶରୀରରୁ ବାହାରି ଯାଇଥାଏ | ଶରୀରରେ ୟୁରିକ ଏସିଡ ମାତ୍ରା ଅଧିକ ହୋଇଗଲେ ତାହେଲେ ସେ ଠିକ ଭାବେ ଫିଲ୍ଟର ହୋଇପାରେନାହିଁ | ଯାହାଫଳରେ ଏହା ପରିସ୍ରା ଦେଇ ବାହାରି ପାରେନାହିଁ ଏବଂ ଶରୀରରେ ଗଣ୍ଠି ସୃଷ୍ଟି ହୋଇଥାଏ ଏବଂ କିଡନୀ ଖରାପ ହେବା ଭଳି ପରିସ୍ଥିତି ମଧ୍ୟ ଉପୁଜିଥାଏ | ୟୁରିକ ଏସିଡ ମାତ୍ରା ବଢିଗଲେ ଷ୍ଟୋନ ମଧ୍ୟ ହୋଇଥାଏ | ଅଧିକ ମାତ୍ରାରେ ୟୁରିକ ଏସିଡ ଏଣ୍ଡୋଥେଲିୟମ ନାଇଟ୍ରିକ୍ ଅକ୍ସାଇଡ୍ ଭଳି ଜରୁରୀ ତତ୍ୱକୁ କମ କରିଦେଇଥାଏ | ଯେଉଁଥିପାଇଁ ରକ୍ତଚାପ ବଢିବାର ମଧ୍ୟ ସମ୍ଭାବନା ଥାଏ |

ୟୁରିକ ଏସିଡ ବଢିଗଲେ କଣ କରିବେ ଜାଣନ୍ତୁ
- ୟୁରିକ ଏସିଡ ବଢିଗଲେ ଛତୁ, ପାଳଙ୍ଗ ଶାଗ, ଡାଲି ଏବଂ ମାଂସାହାରୀ ଭୋଜନ କରନ୍ତୁ ନାହିଁ
- ଓଜନ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ, କାରଣ ଓଜନ ବଢିଲେ ଶରୀରରେ ୟୁରିକ ଏସିଡ ମାତ୍ରା ବଢି ଯାଇଥାଏ
- ମଦ ଠାରୁ ଦୁରେଇ ରୁହନ୍ତୁ, କାରଣ ଅଧିକ ଆଲକହଲ ୟୁରିକ ଏସିଡକୁ ବାହାର କରିବାରେ ବାଧା ସୃଷ୍ଟି କରିଥାଏ

- ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ, କାରଣ ଏହାଦ୍ୱାରା ୟୁରିକ ଏସିଡ ଫିଲ୍ଟର ହେବାରେ ଅସୁବିଧା ହୋଇଥାଏ
- ୟୁରିକ ଏସିଡ ବଢିଗଲେ ଫାଷ୍ଟଫୁଡ, ଜଙ୍କ ଫୁଡ ଓ ପ୍ୟାକ୍ଡ ଫୁଡ ଠାରୁ ମଧ୍ୟ ଦୁରେଇ ରୁହନ୍ତୁ
- ଶରୀରରେ ୟୁରିକ ଏସିଡ ମାତ୍ରା ଅଧିକ ଥିଲେ କେବେ ମଧ୍ୟ ପରିସ୍ରା ରୋକିବାକୁ ଚେଷ୍ଟା କରନ୍ତୁ ନାହିଁ

ୟୁରିକ ଏସିଡ କମ କରିବାକୁ ଘରୋଇ ଉପଚାର :
- ଏହିଭଳି ରୋଗୀ ଅଧିକ ଚିନ୍ତାଗ୍ରସ୍ତ ହେବା ଅନୁଚିତ | କାରଣ କିଡନୀ ଉପରେ ଯେଉଁ ଗ୍ରନ୍ଥି ଥାଏ ଯାହା ଇର୍ସା, କ୍ରୋଧ ଓ ଭୟ ଭଳି ଭାବନା ନିର୍ମାଣ କରିଥାଏ | ଏହିଭଳି ସମୟରେ ଯୋଗ ବ୍ୟାୟାମ କରିବା ଉଚିତ | ପ୍ରାଣାୟାମ ଦ୍ୱାରା ଗ୍ରନ୍ଥି ସକ୍ରିୟ ରହିଥାଏ |
- ନିୟମିତ ମର୍ନିଙ୍ଗ ୱାର୍କ କଲେ ୟୁରିକ ଏସିଡ କମ ହୋଇଥାଏ ଏବଂ କିଡନୀ ସୁସ୍ଥ ରହିଥାଏ |
- ଆୟୁର୍ବେଦ ଅନୁସାରେ ଜୁଆଣି, ପୁଦିନା ଚଟଣି, ଧନିଆ, ପାନ ମଧୁରୀ ଆଦି ସେବନ ୟୁରିକ ଏସିଡ କମ କରିବାକୁ ସର୍ବୋତ୍ତମ ଉପାୟ |

- ଅଧିକ ମାତ୍ରାରେ ଭିଟାମିନ-ସି ଖାଇବା ଉଚିତ | ଅଁଳା, ମୋୖସମ୍ବି, କମଳା ଆଦିରେ ବହୁ ମାତ୍ରାରେ ଭିଟାମିନ-ସି ଥାଏ | ଅଁଳା ଜୁସ ଓ ଆଲୋଭେରା ଜୁସ ୟୁରିକ ଏସିଡ ପାଇଁ ବହୁତ ଲାଭଦାୟୀ |
- ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଲାଭଦାୟୀ ହୋଇଥାଏ | ଦଲିଆ, ଓଟ୍ସ, ସାଲାଡ଼, ମକା ଆଦିରେ ବହୁ ମାତ୍ରାରେ ଫାଇବର ରହିଛି |
ଯଦି ଶରୀରରେ ୟୁରିକ ଏସିଡ ମାତ୍ରା ବଢିଯାଏ ତାହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ |