Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଚାଷ ପାଇଁ ବ୍ୟବହାର ହେଉଥିବା ୟୁରିଆ ମଧ୍ୟ ଆର୍ଡିଏକ୍ସ ଭଳି ବିସ୍ଫୋରଣ କରିଥାଏ : ପାକିସ୍ତାନର ନୂଆ ତରିକା !

19/02/2019 at 1:43 PM

ଦିଲ୍ଲୀ ୧୯/୨ : ପୁଲୱାମା ଆତ୍ମଘାତୀ ହମଲାର ଫରେନସିକ ଯାଞ୍ଚ କରାଯାଇଛି | ହମଲା ପରେ ବିଶେଷଜ୍ଞ ଟିମ ସାଖ୍ୟ ପ୍ରମାଣ ଜୁଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା | ଫରେନସିକ ଯାଞ୍ଚରେ ବିଶେଷଜ୍ଞ ଏକ ବଡ ଖୁଲାସା କରିଛନ୍ତି | ବିଶେଷଜ୍ଞଙ୍କ ଅନୁସାରେ ଆତଙ୍କବାଦୀ ହମଲା ପାଇଁ ମିଲିଟାରୀ ଆର୍ଡିଏକ୍ସ ବ୍ୟବହାର କରିଥିଲେ | ଏହି ମିଲିଟାରୀ ଆର୍ଡିଏକ୍ସର ବିଶେଷତ୍ୱ ହେଲା ଏହା ଅନ୍ୟ ବିସ୍ଫୋରକ ତୁଳନାରେ ଅଧିକ ତୀବ୍ର ଥାଏ | ଆତଙ୍କବାଦୀଙ୍କୁ ଏହି ଆର୍ଡିଏକ୍ସ ପାକିସ୍ତାନ ସେନା ଯୋଗେଇ ଦେଇଥିଲା | ହମଲା ପାଇଁ ବହୁ ପରିମାଣର ବିସ୍ଫୋରକ ବ୍ୟବହୃତ ହୋଇଥିଲା | ଯେଉଁଠାରେ ହମଲା ହୋଇଥିଲା ସେହି ଜାଗାରେ ବଡ ବଡ ଖାଲ ମଧ୍ୟ ହୋଇଯାଇଥିଲା | ହମଲା ପାଇଁ ଆତଙ୍କବାଦୀ ଏକ ଇକୋ କାର ବ୍ୟବହାର କରିଥିଲା |


ପ୍ରାଥମିକ ତଦନ୍ତରୁ ବିଶେଷଜ୍ଞ ମତ ଦେଇଛନ୍ତି ଯେ, ହମଲାର ବହୁ ଦିନ ପୂର୍ବରୁ ଏହି ବିସ୍ଫୋରକ ଭାରତକୁ ଅଣାଯାଇଥିଲା | ଫରେନସିକ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରକକୁ ଆକ୍ରମଣ ସ୍ଥଳରୁ ୮ କି:ମି: ଦୂରରେ ପ୍ରସ୍ତୁତ କରାଯାଇଥିବ | ଆର୍ଡିଏକ୍ସ ତିଆରି କରିବା ପାଇଁ ପାକିସ୍ତାନର ପ୍ରଶିକ୍ଷଣ ଆତଙ୍କବାଦ ଗାଜି ରସିଦ ଭାରତକୁ ଆସିଥିଲା | ଆକ୍ରମଣର କିଛି ସମୟ ପୂର୍ବରୁ ଆତଙ୍କବାଦୀ ଏଥିରେ ଟ୍ରିଗର ସ୍ଵିଚ, ଡିଟୋନେଟର ଏବଂ ପାୱାର ଫ୍ୟୁଜ ଲଗାଇଥିବା ବିଶେଷଜ୍ଞ କହିଛନ୍ତି |
ଅବସରପ୍ରାପ୍ତ ମେଜର ଜେନେରାଲ ଡିଜି କହିଛନ୍ତି ଯେ, ହମଲାରେ ଆର୍ଡିଏକ୍ସ ବ୍ୟବହୃତ ହୋଇଥିବା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ଯଦି ଏହା ସ୍ପଷ୍ଟ ହୋଇଯାଏ ତାହେଲେ ପାକିସ୍ତାନର ସତ ସମସ୍ତଙ୍କ ସାମ୍ନାକୁ ଆସିବ | କାରଣ ଆର୍ଡିଏକ୍ସ ଉଚ୍ଚ ସ୍ଥରର ମିଲିଟାରୀ ବିସ୍ଫୋରକ | ଏହା କୌଣସି ବି ପରିସ୍ଥିତିରେ ବାହାର ଦେଶରୁ ଭାରତକୁ ଆସିପାରିବ ନାହିଁ |


ମେଜରଙ୍କ ଅନୁସାରେ, ପାକିସ୍ତାନ ବହୁତ ଚାଲାକିରେ ଏମୋନିୟମ ନାଇଟ୍ରେଟ ବ୍ୟବହାର କରି ଏହି ବିସ୍ଫୋରକ ପ୍ରସ୍ତୁତ କରିଛି | ଏମୋନିୟମ ନାଇଟ୍ରେଟରେ ୟୁରିଆ ସାର ରହିଥାଏ | ଏହାର ବ୍ୟବହାରରେ ଚାଷ ପାଇଁ କରାଯାଇଥାଏ | କିନ୍ତୁ ଯଦି ଏହି ସାର ଏକାଥରକେ ୨୦୦-୩୦୦ କିଲୋ ବ୍ୟବହାର କରାଯାଏ ତା’ହେଲେ ଏହା ଆର୍ଡିଏକ୍ସ ଭଳି କାମ କରିଥାଏ ଏବଂ ଏହା ଯେକୌଣସି ଗାଡିକୁ ଧ୍ବଂସ କରିପାରେ | ନକ୍ସଲ ମଧ୍ୟ ଏହି ୟୁରିଆ ସାର ବ୍ୟବହାର କରୁଛନ୍ତି |ଏହା ପାକିସ୍ତାନର ଏକ ନୂଆ ଟର୍ମ ବୋଲି କହିଛନ୍ତି ମେଜର ଜେନେରାଲ | ପାକିସ୍ତାନ କେବଳ ଭାରତରେ ନୁହେଁ ବରଂ ଇରାନରେ ମଧ୍ୟ ଏଭଳି ହମଲା କରିଛି | ଇରାନରେ ମଧ୍ୟ ହମଲା କରି ୨୮ ରିଭୋଲ୍ୟୁସନ ଗାର୍ଡଙ୍କ ପ୍ରାଣ ନେଇଛି ପାକିସ୍ତାନ |


କାଶ୍ମୀରରେ ହମଲା ପାଇଁ ଆତଙ୍କବାଦୀ ନିଜ ନିଜ ହିସାବରେ ପରିବର୍ତନ କରିଥିଲେ | ବିସ୍ଫୋରଣ ପାଇଁ ଆତଙ୍କବାଦୀ ଗାଡିକୁ ରିମୋଟ ଆଲାର୍ମ ବ୍ୟବହାର କରୁଛନ୍ତି | ପୁଲୱାମା ଆକ୍ରମଣରେ ମଧ୍ୟ ଆତଙ୍କବାଦୀ ଏହି ଉପାୟ ଅବଲମ୍ବନ କରିଥିବେ ବୋଲି ସନ୍ଦେହ କରାଯାଉଛି | ଏକ ରିପୋର୍ଟ ଅନୁଯାୟୀ ୨୦୧୮ ଶେଷ ସୁଦ୍ଧା ପାକିସ୍ତାନ ସୀମାରୁ ପାଖାପାଖି ୨୧ ଆତଙ୍କବାଦୀ ଭାରତରେ ପ୍ରବେଶ କରିଥିଲେ | ଏମାନଙ୍କ ମଧ୍ୟରେ ୩ ଜଣ ଆତ୍ମଘାତୀ ଆତଙ୍କବାଦୀ ମଧ୍ୟ ସାମିଲ ଥିଲେ | ମସୁଦ ଅଜହରର ପୁତୁରା ଉମେର ଏବଂ କାମରାନ ଏହି ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଇଥିଲେ |

   Related Posts