ମୁମ୍ୱାଇ୧୭|୨: ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ପାଇଁ ଅନେକ ସହାୟତାର ହାତ ବଢାଉଛନ୍ତି। ଏମିତିରେ ଉରି ଫିଲ୍ମର ଟିମ୍ ୧ କୋଟି ଟଙ୍କା ଆର୍ମି ୱେଲଫେଆର ଫଣ୍ଡକୁ ଦେଇଛନ୍ତି। ଜମ୍ମୁ-କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ସିନେମା ଜଗତର ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଏହି ଘଟଣା ପାଇଁ ନିଜ କ୍ରୋଧ ପ୍ରକାଶ କରିଛନ୍ତି।
{"id":85917,"width":598,"height":449}ତେବେ ଏହି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ “ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍” ସିନେମା ଟିମ୍ ୧କୋଟି ଟଙ୍କା ଆର୍ମି ୱେଲଫେଆର ଫଣ୍ଡକୁ ଦାନ କରିଛି। ଏଥିରେ ଚଳଚ୍ଚିତ୍ରର ପ୍ରଡକ୍ସନ ହାଉସ ମଧ୍ୟ ସାମିଲ ହୋଇଛି। ଫିଲ୍ମର ପ୍ରଯୋଜକ ରୌନୀ ସ୍କ୍ରୁୱାଲା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ଓ ଅନ୍ୟ ଲୋକଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି। ସୂଚନାଯୋଗ୍ୟ ଯେ ଅମିତାଭ ବଚ୍ଚନ ମଧ୍ୟ ସହିଦ ଯବାନଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ଦେଇ ସାହାଯ୍ୟ କରିବେ। ଏହା ସହ ଆଲିୟା ବଟ୍ଟ, ଶାହରୁଖ ଖାନ, କରନ ଯୋହାର, ପ୍ରିୟଙ୍କା ଚୋପଡା, ଏହି ଆତଙ୍କବାଦୀ ବିଷୟରେ ନିଜ କ୍ରୋଧ ପ୍ରକାଶ କରିଛନ୍ତି। ଆୟୁଷମାନ ଖୁରାନା ମଧ୍ୟ ସହିଦ ଜବାନଙ୍କ ପାଇଁ ଦୁଃଖଭରା କବିତା ଲେଖିଛନ୍ତି।