Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଉଜ୍ଜଳା ଯୋଜନା ଉପଭୋକ୍ତାଙ୍କ ପାଇଁ ଜରୁରୀ ସୂଚନା : ପ୍ରଥମ ମାସ ଟଙ୍କାରେ ଗ୍ୟାସ୍ ନ ଭରିଲେ ଆଉ ୨ ମାସ ବନ୍ଦ

9/04/2020 at 3:45 PM

ନୂଆଦିଲ୍ଲୀ୯/୪: ଲକଡାଉନ୍‌ରେ ସାଧାରଣ ଲୋକମାନେ କିପରି ହଇରାଣ- ଅସୁବିଧାର ସାମ୍ନା ନ  କରିବେ ସେଥିପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେଇଛନ୍ତି। ବର୍ତ୍ତମାନ ଲକ୍‌ଡାଉନ ଚାଲିଛି। ଏହି ପରିପ୍ରେକ୍ଷୀରେ ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଉପଭୋକ୍ତାଙ୍କୁ ୩ଟି ଲେଖାଏଁ ଗ୍ୟାସ୍‌ ସିଲିଣ୍ଡର ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଅଢ଼େଇ ଲକ୍ଷ ଗ୍ରାହକଙ୍କ ପଞ୍ଜୀକୃତ ବ୍ୟାଙ୍କ ଆକାଉଣ୍ଟକୁ ୧୪.୨ କିଲୋଗ୍ରାମ ସିଲିଣ୍ଡର ରିଫିଲିଂ ବାବଦକୁ ଟଙ୍କା ପଠାଯାଇଛି।

ସୂଚନାଯୋଗ୍ୟ ଯେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କାରେ ଗ୍ୟାସ ସିଲିଣ୍ଡର ବୁକ୍ କରିବାକୁ ପଡିବ। ଗ୍ୟାସ୍ ଆଣିବା ବେଳେ ଆକାଉଣ୍ଟରେ ଥିବା ଟଙ୍କାକୁ ଗ୍ୟାସ ଏଜେନ୍ସି ଅପରେଟରଙ୍କୁ ଦେବାକୁ ପଡିବ। ଏପ୍ରିଲ ୩ ଏବଂ ୪ ତାରିଖରେ ଅଢ଼େଇ ଲକ୍ଷ ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କେବଳ ୧୦ ପ୍ରତିଶତ ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍ କରିଛନ୍ତି। ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କାରେ କେବଳ ଗ୍ୟାସ୍ ଭରିବେ।

ଇନ୍ଧନ ଗ୍ୟାସର ମୁଖ୍ୟ ପରିଚାଳକ ମୁନେଶ ଗୁପ୍ତା ଏବଂ ଉଜ୍ଜଳା ଗ୍ୟାସର ନୋଡାଲ ଅଧିକାରୀ ଅଖିଳେଶ କୁମାର କହିଛନ୍ତି ଯେ, ଯେଉଁ ଗ୍ରାହକଙ୍କ ଆକାଉଣ୍ଟକୁ ଏପ୍ରିଲ ମାସର ସିଲିଣ୍ଡର ରିଫିଲିଂ ପାଇଁ ଟଙ୍କା ପଠାଯାଇଛି, ଯଦି ସେମାନେ କୌଣସି କାରଣରୁ ସିଲିଣ୍ଡର ବୁକ୍ ନକରନ୍ତି। ତେବେ ମେ ଏବଂ ଜୁନ୍‌ରେ ପାଇବାକୁ ଥିବା ଆଉ ଦୁଇମାସର ଟଙ୍କା ଦିଆଯିବ ନାହିଁ। ଯଦି ଉଜ୍ଜଳା ଗ୍ୟାସ୍ ସଂଯୋଗଧାରୀମାନେ ଗ୍ୟାସ୍ ସିଲିଣ୍ଡର ନେବାବେଳେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଇଣ୍ଡିଆନ୍ ଅଏଲ୍‌ର ଲ୍ୟାଣ୍ଡଲାଇନ ନମ୍ବର ୦୫୫୧୨୩୨୨୧୩୩ କୁ କଲ କରି ସେମାନଙ୍କ ସମସ୍ୟା ସଂପର୍କରେ ବୁଝି ପାରିବେ।

   Related Posts