ଟ୍ରୋଲର୍ସଙ୍କ ଶିକାର ହେଲେ ଉର୍ଫି ଜାଭେଦ୍: କହିଲେ ଭୁଲିଗଲେ ବଟନ୍ ଲଗାଇବା..

Published By : Prameya-News7 Bureau | September 20, 2021 IST

ମୁମ୍ବାଇ ୨୦/୦୯ :'ବିଗ୍ ବସ୍ OTT' ରେ ଦେଖାଯାଇଥିବା ଅଭିନେତ୍ରୀ ଉର୍ଫି ଜାଭେଦ୍ ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସିଥାନ୍ତି । ଗୋଟିଏ ପଟେ, ତାଙ୍କ ବୋଲ୍ଡ ଅନ୍ଦାଜ୍‌ ତା ଆଉ କେତେବେଳେ  ସେ ନିଜର ଅନନ୍ୟ ଷ୍ଟାଇଲ୍ ସହିତ ଅନେକ ପ୍ରଶଂସା ଅର୍ଜନ କରନ୍ତି। କେତେବେଳେ ନିଜକୁ ନେଇ  ଟ୍ରୋଲ ହୋଇଯାଆନ୍ତି । ଏଭଳି ପରିସ୍ଥିତିରେ ଉର୍ଫି ପୁଣି ଥରେ ତାଙ୍କ ଫ୍ୟାଶନ ଷ୍ଟାଇଲ୍‌ ଯୋଗୁଁ ଟ୍ରୋଲ ହୋଇଛନ୍ତି।

ନିକଟରେ ଉର୍ଫିଙ୍କର କିଛି ଏଭଳି କିଛି ମୂହୁର୍ତ୍ତ କ୍ୟାମେରାରେ କଏଦ ହୋଇଛି। ସବୁଥର ପରି, ଉର୍ଫି ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଉର୍ଫି ଏକ କ୍ରପ୍‌ ଟପ୍ ସହିତ ଚେକ୍ ପ୍ୟାଣ୍ଟ ପିନ୍ଧିରେ ନଜର ଆସିଥିଲେ , କେବଳ ଏତିକି ନୁହଁ ସେହି ପ୍ୟାଣ୍ଟର ବଟନ୍ ଖୋଲା ଥିବାର ଦେଖିବାକୁ ମିଳିଥିଲା। ଯେଉଁ କାରଣରୁ ଉର୍ଫି ଏବେ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଛନ୍ତି ।

wp:html
/wp:html

ଉର୍ଫି ଜାଭେଦଙ୍କର ଏହି ଡ୍ରେସିଂ ସେନ୍ସ ପାଇଁ ଖୁବ୍ ଟ୍ରୋଲ ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ ଏହାକୁ ନେଇ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏନେଇ ଜଣେ ୟୁଜର୍ସ ଲେଖିଛନ୍ତି, 'ସେ ଧ୍ୟାନ ପାଇଁ ପ୍ରତିଦିନ ବିମାନବନ୍ଦରକୁ ଯାଆନ୍ତି କି?' ଅନ୍ୟଜଣେ ଲେଖିଛନ୍ତି, , 'ବୋଧହୁଏ ବଟନ ଦେବାକୁ ଭୁଲି ଯାଇଛନ୍ତି।' ଏହାକୁ ନେଇ ଅନ୍ୟ ଏକ ଟ୍ରୋଲ ଲେଖିଥିଲେ କି 'ଜିନ୍ସ ବଟନ୍ ଖୋଲା କେଉଁ ଫ୍ୟାଶନ୍?' ଆଉ ଜଣେ ମଧ୍ୟ ଲେଖିଥିଲେ କି- 'ଯଦି ତୁମେ ବଟନ୍ ଲଗାଇ ଦେଇଥାନ୍ତ ତେବେ କଣ ବିପଦ ଆସି ଯାଇଥାନ୍ତା' ।

wp:gallery {"ids":[514564],"linkTo":"none"} /wp:gallery

ସେପଟେ ଏହା ଉର୍ଫିଙ୍କର ପ୍ରଥମ ଥର ଟ୍ରୋଲରରଙ୍କ ଶିକାର ହୋଇ ନାହାନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଟ୍ରୋଲରରଙ୍କ ଶିକାର ହୋଇଛନ୍ତି । କିନ୍ତୁ ଉର୍ଫି ଟ୍ରୋଲଗୁଡିକର ଉତ୍ତର ଦେଇ କହିଛନ୍ତି କି ମୋର ପୋଷାକ ଅପେକ୍ଷା ମୋ ପାଖରେ ବହୁତ କିଛି ଅଛି। ମୁଁ ଜାଣେ ନାହିଁ ଲୋକମାନେ କାହିଁକି ମୋ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ । ମୁଁ ବୁଝି ପାରୁଛି ଯେ ମୁଁ ଯାହା ପୋଷ୍ଟ କରେ ନା କାହିଁକି, ଲୋକଙ୍କ ପାଖରେ ସବୁବେଳେ କିଛି କହିବାକୁ ଥାଏ ।  ଯଦି ମୁଁ ବିକିନି କିମ୍ବା ସାଲୱାର ସୁଟରେ ଥିଲେ ବି , ଖରାପ ମନ୍ତବ୍ୟ ସବୁବେଳେ ଆସି ଥାଏ ।

ଉର୍ଫି ଜାଭେଦ୍  ଏକ ସାକ୍ଷାତକାରରେ କହିଥିଲେ କି, 'ମୁଁ ଲୌକ୍ଷ୍ମର ଏକ ରକ୍ଷଣଶୀଳ ପରିବାରରେ ଆସିଛି । କିନ୍ତୁ ଏହା ପରେ ମଧ୍ୟ ମୋର ପୋଷାକରେ କାହାରି ସମସ୍ୟା ହୋଇନଥିଲା। ଆଜି ମୁଁ ଯାହା ପସନ୍ଦ କରେ ତାହା ପିନ୍ଧିଥାଏ, ମୋତେ ତାହା ଭଲ ଲାଗେ । ହେଲେ ଲୋକମାନେ କ’ଣ କୁହନ୍ତି ସେଥିପ୍ରତି ମୋର ଫରକ୍‌ ପଡେ ନାହିଁ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.