ନିଜର ନୂଆ ଲୁକ୍ ସେୟାର କଲେ ଉର୍ଫି ଜାଭେଦ, କହିଲେ ‘ମୁଁ ନାଗୁଣୀ ପରି ଅନୁଭବ କରୁଛି’

Published By : Prameya-News7 Bureau | November 08, 2021 IST

ମୁମ୍ବାଇ ୦୮।୧୧ : ସୋସିଆଲ ମିଡିଆରେ ଟେଲି  ଅଭିନେତ୍ରୀ ଉର୍ଫି ଜାଭେଦଙ୍କର ବହୁତ ପ୍ରଶଂସକ ଅଛନ୍ତି। ଏବଂ ତାଙ୍କ ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି । ଯେଉଁଥି ପାଇଁ ସେ ଖୁବ୍‌ ଟ୍ରୋଲ ମଧ୍ୟ ହୁଅନ୍ତି । ନିକଟରେ ଉର୍ଫି ଜାଭେଦ ମନୋରଞ୍ଜନ ଶିଳ୍ପରେ ନିଜର ସ୍ଥାନ ସୃଷ୍ଟି କରୁଛନ୍ତି। ନିକଟରେ ସେ ବିଗ୍ ବସ୍ OTT ରୁ ଲୋକପ୍ରିୟତା ପାଇଥିଲେ । ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ପ୍ରଶଂସକ ପାଇଁ ସେୟାର କରନ୍ତି ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇ ଥାଏ ।  

ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କ୍ୟାଟୱକ୍‌ କରୁଥିବା ନଜର ଆସିଛନ୍ତି। ଉର୍ଫିଙ୍କ ପ୍ରଶଂସକଙ୍କ ପାଇଁ ସୁନ୍ଦର ଦେଖାଯାଉଥିବାବେଳେ ସେ ନିଜେ ତାଙ୍କ ଲୁକକୁ ନାଗିନ୍ ସହିତ ତୁଳନା କରିଛନ୍ତି। ପ୍ରଶଂସକମାନେ ଏକତା କପୁରଙ୍କ ଲୋକପ୍ରିୟ ସିରିଏଲ ନାଗିନ୍‌ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଶୋ’ରେ ନାଗୁଣି ଭୂମିକାରେ ଯାହାକୁ ସେ ବାଛିଛନ୍ତି, ଏନେଇ ବର୍ତ୍ତମାନ ସସପେନ୍ସ ବାକି ଅଛି ।

wp:html
/wp:html

ତେବେ ଏହାରି ମଧ୍ୟରେ ଏହି ସମୟରେ ଉର୍ଫି ଜାଭେଦ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସିକ୍ୱିନ୍, ପଥର ଗୋଲ୍ଡେନ ରଙ୍ଗର ସହିତ ପୋଷାକ ପିନ୍ଧିଛନ୍ତି । ଉର୍ଫି କ୍ୟାପସନରେ ଲେଖିଛନ୍ତି। ଶେଷ ପର୍ଯ୍ୟନ୍ତ ଭିଡିଓ ଦେଖନ୍ତୁ ଏବଂ ସମ୍ପୂର୍ଣ୍ଣ ଲୁକ୍ ଦେଖନ୍ତୁ । ଏହି ଲୁକ୍ ମୋତେ ନାଗୁଣି ଭଳି ଅନୁଭବ କରୁଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.