'ଯେଉଁମାନେ ଆଜି ପୁଅକୁ ନିନ୍ଦା କରୁଛନ୍ତି ସେହିମାନେ କାଲି ସେଲ୍ଫି ପାଇଁ ଦୌଡ଼ିବେ': ଶାହରୁଖଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଉର୍ଫି ଜାଭେଦଙ୍କ ଜବାବ

Published By : Prameya-News7 Bureau | October 22, 2021 IST

ମୁମ୍ବାଇ ୨୨/୧୦ : ବଲିଉଡ କିଙ୍ଗ ଖାନ ଶାହରୁଖ ବର୍ତ୍ତମାନ ମୁସ୍କିଲ ସମୟ ଦେଇ ଗତି କରୁଛନ୍ତି। ଶାହରୁଖଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଅନେକ ଦିନ ହେଲା ଜେଲରେ ଅଛନ୍ତି। ଏହି ସମୟରେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶାହରୁଖଙ୍କୁ ସମର୍ଥନ କରୁଛନ୍ତି। ଅପରପକ୍ଷରେ କିଛି ଲୋକେ ଆର୍ଯ୍ୟନଙ୍କୁ ନେଇ ଶାହରୁଖଙ୍କୁ ନେଗେଟିଭ କମେଣ୍ଟ ମଧ୍ୟ କରୁଛନ୍ତି।

ବିଗ ବସ ଓଟିଟି ଫେମ ଉର୍ଫି ଜାଭେଦ ଏହିଭଳି ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ଆଜି ଶାହରୁଖ ଓ ତାଙ୍କ ପୁଅକୁ ନାନା କଥା କହୁଛନ୍ତି, ନେଗେଟିଭ ମନ୍ତବ୍ୟ ଦେଉଛନ୍ତି ସେହିମାନେ ହିଁ କାଲି ତାଙ୍କ ସହ ସେଲ୍ଫି ନେବା ପାଇଁ ଦୌଡ଼ିବେ।

ଏକ ୱେବସାଇଟକୁ ଦେଇଥିବା ଇଣ୍ଟରଭ୍ୟୁରେ ଉର୍ଫି ଜାଭେଦ କହିଛନ୍ତି ଯେ,'ଯେଉଁମାନେ ମୋତେ ପସନ୍ଦ କରନ୍ତିନି, ଯେତେବେଳେ ସେମାନେ ସାମ୍ନାରେ ଥାଆନ୍ତି ମୁଁ ଜାଣିଚି ଯେ ସେମାନେ ସାମ୍ନାରୁ ଗାଳି କରିବେନି। ସେମାନେ ଅଟୋଗ୍ରାଫ ଓ ସେଲ୍ଫି ମାଗିଥାନ୍ତି। ଯେମିତି ଶାହରୁଖ ଖାନଙ୍କୁ ଲୋକେ ଟ୍ରୋଲ କରୁଛନ୍ତି, ସାମ୍ନାକୁ ପଳେଇ ଆସିଲେ ସେଲ୍ଫି ପାଇଁ ଦୌଡ଼ିବେ। ଏବେ ଲୋକେ କହୁଛନ୍ତି ତୁମ ପୁଅ ଏମିତି, ସେମିତି, ସେହିମାନେ ହିଁ ସେଲ୍ଫି ପାଇଁ ଦୌଡ଼ିବେ। ସାମ୍ନାରେ କିଛି ବି କହିବାକୁ ଲୋକଙ୍କର ସାହସ ନାହିଁ। ମୁଁ ଯଦି ଏମିତି ଲୋକଙ୍କ କଥା ଶୁଣୁଥାନ୍ତି ତାହେଲେ କେବେ ବି ସେଇଠି ପହଞ୍ଚି ପାରିନଥାନ୍ତି ଯେଉଁଠି ଆଜି ଅଛି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.