ସ୍କୁଲ ଖେଳ ପଡିଆରେ ଛାତ୍ରମାନେ ଖେଳୁଥିଲେ ବୋଲି ନିସ୍ତୁକ ପିଟିଲେ ଉର୍ଦ୍ଦୁ ଶିକ୍ଷକ !

Published By : Prameya-News7 Bureau | November 23, 2019 IST

ବାଲିପାଟଣା ୨୩।୧୧: ସାମାନ୍ୟ କଥାକୁ ନେଇ ଉର୍ଦ୍ଦୁ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରମାନଙ୍କୁ ଅମାନୁଷିକ ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବାଲିପାଟଣା ଶିକ୍ଷା ମଣ୍ଡଳ ବନମାଳିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ । ଏ ନେଇ ଛାତ୍ରଙ୍କ ଅଭିଭାବକ ବନମାଳିପୁର ପୋଲିସ ଫାଣ୍ଡିରେ ଲିଖିତ୍ତ ଅଭିଯୋଗ କରିଛନ୍ତି ।

{"id":188714,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଖେଳ ପିରିଅଡରେ ସ୍କୁଲର ଛାତ୍ରମାନେ ଫୁଟବଲ କିଣି ସ୍କୁଲ ଖେଳ ପଡିଆରେ ଖେଳୁଥିଲେ । ଏହି ସମୟରେ ଆରେଞ୍ଜମେଣ୍ଟ ପିରିୟଡ୍ ଦାୟିତ୍ବରେ ଥିବା ଉର୍ଦ୍ଦୁ ଶିକ୍ଷକ ସେଖ୍ ନବାବ ଅଲ୍ଲୀ କାହିଁକି ଛାତ୍ରମାନେ ଫୁଟବଲ କିଣି ଖେଳୁଛନ୍ତି ବୋଲି ପଚାରିଥିଲେ । ଏକ ଆମ୍ବଡାଳ ଆଣି ଛାତ୍ରମାନଙ୍କୁ ପିଟିଥିଲେ । ଏପରିକି ଛାତ୍ରମାନେ କ୍ଲାସକୁ ଗଲାପରେ ମଧ୍ୟ ସଂପୃକ୍ତ ଶିକ୍ଷକ କ୍ଲାସରେ ପଶି ଛାତ୍ରମାନଙ୍କୁ ପିଟିଥିଲେ । ପିଟିଲେ ମୋର କିଏ କଣ କରିବ ବୋଲି ଛାତ୍ରମାନଙ୍କୁ କହିଥିଲେ । 

{"id":188715,"sizeSlug":"large"}

ଘରକୁ ଯିବାପରେ ଘରେ ଅଭିଭାବକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କୁ ଏ ବିଷୟରେ ଅବଗତ କରାଇବା ସହ ବନମାଳିପୁର ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଏ ଘଟଣାରେ ସଂପୃକ୍ତ ଉର୍ଦ୍ଦୁ ଶିକ୍ଷକଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.