Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବ ଅର୍ବାନ ପିଏଚସି, ଚିହ୍ନଟ ହେଲା ସ୍ଥାନ

7/07/2021 at 4:46 PM

ଭଦ୍ରକ ୭।୭: ନୂତନ ଅର୍ବାନ ପିଏଚସି ପାଇଁ ଚିହ୍ନଟ ହେଲା ସ୍ଥାନ । ବିଧାୟକ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନ ନିରୂପଣ ହୋଇଛି । ଭଦ୍ରକ ଜିଲ୍ଲା ଏରେଇଁ ଗ୍ରାମ ପଞ୍ଚାୟତଠାରେ ଏକ ନୂତନ ଅର୍ବାନ ପିଏଚସି ପ୍ରତିଷ୍ଠା ହେବ । ଅର୍ବାନ ପିଏଚସି ପାଇଁ ଏରେଇଁ ପଞ୍ଚାୟତରେ ବହୁ ସ୍ଥାନ ଚିହ୍ନଟିକରଣ ହୋଇଥିଲା । କିନ୍ତୁ ନିର୍ଦ୍ଧିଷ୍ଟ ସ୍ଥାନ ପାଇଁ ଭଦ୍ରକ ତହସିଲଦାର, ଭଦ୍ରକ ବିଧାୟକ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏରେଇଁ ଗ୍ରାମକୁ ଯାଇ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଥିଲେ ।

ପରେ ନୂତନ ଅର୍ବାନ ପିଏଚସି ପାଇଁ ସ୍ଥାନ ନିରୂପଣ କରିଥିଲେ । ପ୍ରତିଷ୍ଠା ନେଇ ସ୍ଥାନ ନିରୂପଣ ପରେ ସ୍ଥାନୀୟ ଲୋକେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ବିଧାୟକଙ୍କ ନିକଟରେ ସ୍ଥାନୀୟ ସରପଞ୍ଚ ଅଶ୍ବିନୀ ରଣାଙ୍କ ମାଧ୍ୟମରେ ବହୁଥର ନିଜ ଦାବି ରଖିଥିଲେ ।

   Related Posts