ହିଞ୍ଜିଳି ପୌର ପରିଷଦକୁ ଘେରିଲେ ଉଠା ଦୋକାନୀ ଓ ଚାଷୀ, ବସିଲେ ଧାରଣାରେ
18/12/2020 at 10:38 PM

ହିଞ୍ଜିଳି ୧୮।୧୨: ହିଞ୍ଜିଳିରେ ପୌର ପରିଷଦ ମନମୁଖୀ କାର୍ଯ୍ୟ ଦେଖିବାକୁ ମିଳିଛି। ଯାହାର ପ୍ରତିବାଦରେ ଆଜି ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଉଠା ଦୋକାନୀ ଓ ଚାଷୀ ଆଜି ସକାଳୁ ହିଞ୍ଜିଳିର ବଇଞ୍ଚବଣିଆ ଠାରେ ଥିବା ଡାକ ବଙ୍ଗଳାଠୁ ବାହାରି ହିଞ୍ଜିଳି ପୌରପରିଷଦ ଆଗରେ ବିଭିନ୍ନ ଦାବିରେ ଧରଣା ଦେଇଥିଲେ।
ପାଞ୍ଚ ଦଫା ଲିଖିତ ଅଭିଯୋଗ ନେଇ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ବସି ରହିଥିଲେ। ଚାଷୀମାନେ ହାତରେ ଅନେକ ପ୍ରକାର ପ୍ଲା କାର୍ଡ ଧରି ନାରାବାଜି ଦେଇଥିଲେ। ଏହା ପରେ ହିଞ୍ଜିଳି ପୌରପରିଷଦର ନିର୍ବାହୀ ଅଧିକାରୀ ଡାକ୍ତର ମନୋରଞ୍ଜନ ମିଶ୍ର ଘଟଣା ସ୍ଥଳକୁ ଆସି ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ପ୍ରଦର୍ଶନକାରୀ ଧାରଣାରୁ ଉଠିଥିଲେ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021