Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଡ଼ୋଶୀଙ୍କ ଅତ୍ୟାଚାର ସହି ନପାରି ଦଉଡ଼ି ଦେଇ ଆତ୍ମହତ୍ୟା କଲେ ମହିଳା

31/07/2019 at 1:58 PM

ବରେଲି ୩୧/୭: ଉତ୍ତରପ୍ରଦେଶର ବରେଲି ଥାନା ଅନ୍ତର୍ଗତ ପ୍ରେମ ନଗରରେ ଅସଦାଚରଣ ସହି ନପାରି ଜଣେ ବିବାହିତା ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପୋଲିସଙ୍କ ଦାୟିତ୍ବହୀନତା ଯୋଗୁଁ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି।

ଏହି ଘଟଣାଟି ଘଟିଛି ବରେଲିର ପ୍ରେମନଗରର ବଜରିୟା ପୁରନମଲ ଅଞ୍ଚଳରେ। ଏଠାରେ ରହୁଥିବା ପ୍ରଭାତ ଦେବଲଙ୍କ କୁମାର ଟକିଜ ପାଖରେ ଲୁଗା ଦୋକାନ ରହିଛି। ତାଙ୍କ ସ୍ତ୍ରୀ ନେହା ପଡ଼ିଶାରେ ରହୁଥିବା ଅଙ୍କିତ ବିସରିୟାଙ୍କ ବିରୋଧରେ ଗତ ବର୍ଷ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଅଙ୍କିତ ବିସରିୟା ଏବଂ ତାଙ୍କ ବାପା ଏବଂ ଭାଇ ବିକାଶ ମହିଳାଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିଥିଲେ ଯାହା ଫଳରେ ମହିଳା ଜଣକ ସବୁବେଳେ ଚିନ୍ତାରେ ରହୁଥିଲେ। ଅନେକ ଥର ଏହି ମାମଲା ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା କିନ୍ତୁ କିଛି ହୋଇନଥିଲା।

ପରିବାରଲୋକେ ଅଭିଯୋଗ କରିଛନ୍ତି ଯେ ପଡ଼ୋଶୀ ତାଙ୍କ ସ୍ତ୍ରୀ ନେହାଙ୍କୁ ଧମକ ଦେଉଥିଲେ,ଯାହା ଫଳରେ ସେ ଗତ ସୋମବାର ଦ୍ବିପ୍ରହରରେ ନିଜ ରୁମରେ ଷ୍ଟୁଲ୍ ପକାଇ ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଘରଲୋକେ ଜାଣି ପାରି ଦଉଡ଼ି ଆସି ତାଙ୍କୁ ତଳକୁ ଓହ୍ଲାଇଥିଲେ। ପରିବାର ଲୋକେ ତାଙ୍କୁ ଘରୋଇ ହସ୍ପିଟାଲ ନେଇଯାଇଥିଲେ,ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ମହିଳାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମହିଳାଙ୍କ ୫ବର୍ଷ ଏବଂ ୨ବର୍ଷର ପୁଅ ଅଛନ୍ତି। ଅଙ୍କିତ,ବିକାଶ ଏବଂ ତାଙ୍କ ବାପାଙ୍କ ବିରୋଧରେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଜରେ ମାମଲା ରୁଜୁ କରାଯାଇଛି।

   Related Posts