ମନେ ମନେ ଭଲପାଉଥିଲା, ବାହା ହୋଇପାରିଲାନି : ଯୁବତୀଙ୍କ ମୁହଁରେ ଏସିଡ୍ ପକାଇଦେଲା ଯୁବକ

Published By : Prameya-News7 Bureau | November 26, 2020 IST

ପୁଣେ ୨୬/୧୧ : ଏସି ମେକାନିକ୍ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଗତ ସୋମବାର ଦିନ ପୁଣେରେ ଜଣେ ମହିଳାଙ୍କ ଉପରେ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି । ମହିଳାଜଣକ ଅନ୍ୟଜଣଙ୍କୁ ବିବାହ କରିଥିବାରୁ ଏଥିରେ ରାଗିଯାଇ ଅଭିଯୁକ୍ତଜଣକ ଏପରି କାଣ୍ଡ ଭିଆଇଥିବା ସୂଚନା  ମିଳିଛି । ପୁଣେର ପାର୍ବତୀଗାଓଁ ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା । ମହିଳାଙ୍କ ମୁହଁରେ ପ୍ରାୟ ୭ ପ୍ରତିଶତ ଜଳି ଯାଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଏବେ ପୀଡିତା ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି।

ସୂଚନା ଅନୁସାରେ ଅଭିଯୁକ୍ତ ଏବଂ ପୀଡିତା ଉଭୟ ପିଲାଦିନରୁ ପରସ୍ପରକୁ ଜାଣିଥିଲେ । ଯେହେତୁ ସେମାନେ ପଡୋଶୀ ଥିଲେ ଏବଂ ଦୁହେଁ ଗୋଟିଏ କ୍ଲାସରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ ।  ଅଭିଯୁକ୍ତ ଚାହୁଁଥିଲା ଯେ ମହିଳାଜଣକ ତାକୁ ବିବାହ କରନ୍ତୁ କିନ୍ତୁ ଚଳିତ ବର୍ଷ ଜୁନ୍ ମାସରେ ସେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିଥିଲେ। ତେବେ ଯୁବକଜଣକ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲା ଏବଂ ପ୍ରତିଶୋଧ ନେବାକୁ ଚାହୁଁଥିଲା ।

ତେବେ ଗତ ନଭେମ୍ବର ୨୧ ତାରିଖରେ ମହିଳାଜଣକ ତାଙ୍କ ବାପଘରକୁ ବୁଲିବା ପାଇଁ ଆସିଥିଲେ । ସେ ଆସିଥିବା ଖବର ପାଇ ଅଭିଯୁକ୍ତଜଣକ ତାଙ୍କୁ ଭେଟିବାକୁ ଏକ ସ୍କୁଲକୁ ଡାକିଥିଲା । ପୀଡିତା ମହିଳାଜଣକ ଅଭିଯୁକ୍ତକୁ ଭେଟିବା ପାଇଁ ସେହି ସ୍କୁଲ ନିକଟକୁ ଆସିଥିଲେ । ତେବେ ସେଠାରେ ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ ମହିଳାଙ୍କୁ କହିଥିଲା । କିନ୍ତୁ ମହିଳାଜଣକ ଅଭିଯୁକ୍ତଙ୍କ ପ୍ରସ୍ତାବକୁ ସେହିଠାରେ ଖାରଜ କରିଦେଇଥିଲେ । ଏହା ପରେ ତାଙ୍କୁ କେବେ ବି କଣ୍ଟାକ୍ଟ ନକରିବାକୁ କହିଥିଲେ ମହିଳାଜଣକ ।

ଏହା ପରେ ଯୁବକଜଣକ ସାଙ୍ଗରେ ନେଇଥିବା ଏକ ଏସିଡ୍ ବଟଲ ବାହାରକରି ପୀଡିତାଙ୍କ ମୁହଁକୁ ଛାଟିଥିଲା । ତେବେ ମହିଳଳାଜଣକ ସଙ୍ଗେ ସଙ୍ଗେ ମୁହଁକୁ ପିନ୍ଧିଥିବା ଡ୍ରେସ ସାହାଯ୍ୟରେ ପୋଛି ଦେଇଥିଲେ । ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.