ଅଧିକ ପରିଶ୍ରମ ନୁହେଁ, ପାଠ ପଢ଼ିବା ଶୈଳୀ ପରିବର୍ତ୍ତନ କର: ସଞ୍ଜିତା
4/08/2020 at 8:24 PM

ଭୁବନେଶ୍ବର୪/୮: ଅଗଷ୍ଟ ୪ ତାରିଖ ଅର୍ଥାତ ଆଜି ୨୦୧୯ ମସିହାର ୟୁପିଏସ୍ସି ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଦଶମ ରାଙ୍କରେ ଓଡିଶା ଝିଅ ସଞ୍ଜିତା ମହାପାତ୍ରଙ୍କ ନାଁ ରହିଛି। ଏହି ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପରେ ସଞ୍ଜିତା ଏକ ଭିଡିଓ ଜାରି କରିଛନ୍ତି। ଯେଉଁ ଭିଡିଓରେ ସେ କିପରି ପାଠ ପଢ଼ି ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେହି ସଂପର୍କରେ କହିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ, ଜଣେ ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ପରିଶ୍ରମ କରିବାର ଆବଶ୍ୟକ ନାହିଁ। ଯଦି କିଛି ଲକ୍ଷ୍ୟ ରଖି ପାଠ ପଢ଼ୁଛନ୍ତି ତେବେ ନିଜ ପଢ଼ିବା ଶୈଳୀ ପରିବର୍ତ୍ତନ କରନ୍ତୁ। ପ୍ରତି ସପ୍ତାହ କିମ୍ବା ମାସ ଗୋଟେ ଗୋଟେ ସବ୍ଜେକ୍ଟ ଶେଷ କରନ୍ତୁ। ସଞ୍ଜିତା ମଧ୍ୟ ସେହିପରି ଗୋଟେ ସପ୍ତାହରେ ଗୋଟେ ସବ୍ଜେକ୍ଟ ବା ବିଷୟ ଶେଷ କରୁଥିଲେ। ଶୁଣନ୍ତୁ ସଞ୍ଜିତା କଣ କହୁଛନ୍ତି…
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021