ଆଜି ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା,୧୦ ଲକ୍ଷ ଛାତ୍ରଛାତ୍ରୀ କରିଛନ୍ତି ଆବେଦନ

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦।୧୦:  ଆଜି ୟୁପିଏସ୍ ସି ପ୍ରିଲିମିନାରି ପରୀକ୍ଷା । କେନ୍ଦ୍ରୀୟ ଲୋକ ସେବା ଆୟୋଗ ୟୁପିଏସ୍ ସି ଦ୍ବାରା ୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରି ପରୀକ୍ଷା ଆଜି ଓଡ଼ିଶାର ଦୁଇଟି ସହର ସମେତ ଦେଶର ୮୩ଟି ସହରରେ ଅନୁଷ୍ଠିତ ହେବ। ଓଡ଼ିଶାର କଟକ ଓ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରାରମ୍ଭିକ ପରୀକ୍ଷା ଚଳିତ ବର୍ଷ ଜୁନ୍ ୨୭ରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇ ଥିଲା। ପ୍ରାରମ୍ଭିକ ପରୀକ୍ଷା ପାଇଁ ପ୍ରାୟ ୧୦ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.