UPSC ପରୀକ୍ଷା ସ୍ଥଗିତ, ଜାଣନ୍ତୁ କେବେ ଘୋଷଣା ହେବ ନୂତନ ତାରିଖ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪।୦୫: କରୋନା ଭାଇରସ୍ ଯୋଗୁଁ ଜାରି ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ସଂଘ ଲୋକ ସେବା ଆୟୋଗ(UPSC) ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ  ପ୍ରଶାସନିକ ସେବା ପ୍ରାରମ୍ଭିକ ପରୀକ୍ଷା ବା ପ୍ରିଲିମ ଏଗ୍‌ଜାମ ସ୍ଥଗିତ ରଖିବାକୁ ନିର୍ଣ୍ଣୟ ନେଇଛି। ଏହି ପରୀକ୍ଷା ମେ ୩୧ରେ ହେବାର ଥିଲା।

ୟୁପିଏସସି ଅଧିକାରୀଙ୍କ ଅନୁଯାୟୀ ମେ ୨୦ ପର୍ଯ୍ୟନ୍ତ ସ୍ଥିତିର ସମୀକ୍ଷା କରିବା ପରେ ଯାଇ ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ। ସୂଚନା ଅନୁଯାୟୀ, ଅରବିନ୍ଦ ସକ୍ସେନାଙ୍କ ଅଧ୍ୟକ୍ଷତାରେ ଆୟୋଗଙ୍କ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୟୁପିଏସସିର ବରିଷ୍ଠ ଅଧିକାରୀ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା ପରେ ୟୁପିଏସସି ପକ୍ଷରୁ ଏହି ନିର୍ଣ୍ଣୟ ନିଆଯାଇଛି।

{"id":264497,"sizeSlug":"large"}

ୟୁପିଏସସି କହିଛି ଯେ, ସଂପ୍ରତି କୋଭିଡ୍-୧୯ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ଯେଉଁ ଭଳି ଭାବେ ତୃତୀୟ ଲକ୍‌ଡାଉନ୍‌ ବଢାଗଲା ଏହାକୁ ଦେଖି ବଡ ଧରଣରେ ପରୀକ୍ଷା ଆୟୋଜିତ କରିବା ସମ୍ଭବ ନୁହେଁ। ବିଶେଷ କରି ରେଡ୍‌ ଓ ଅରେଞ୍ଜ ଜୋନ୍‌ରେ ପରୀକ୍ଷା କରିବା ମୁସ୍କିଲ।

ଅଧିକାରୀ କହିଛନ୍ତି ପ୍ରିଲିମ୍ ପାଇଁ ନୂତନ ଭାବେ କିଛି ପରିବର୍ତ୍ତନ କରାଯାଇ ନାହିଁ। କେବଳ ସ୍ଥିତିର ସମୀକ୍ଷା ପରେ ନୂତନ ତାରିଖ ସ୍ଥିରକୃତ କରାଯିବ। ଉଲ୍ଲେଖନୀୟ ଲକ୍‌ଡାଉନ୍‌ ସମୟରେ ଅନେକ ପରୀକ୍ଷା କେନ୍ଦ୍ରକୁ କ୍ଵାରେଣ୍ଟାଇନ୍ କେନ୍ଦ୍ର କରାଯାଇଥିଲା। ଏହା ବ୍ୟତୀତ ଛାତ୍ରଙ୍କୁ ମଧ୍ୟ ପରୀକ୍ଷା ସ୍ଥଳରେ ପହଞ୍ଚିବା ସଂପ୍ରତି ମୁସ୍କିଲ ହେବ। ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ଆୟୋଗ ଏହି ନିଷ୍ପତ୍ତି ନେଇଛି।

{"id":264496,"sizeSlug":"large"}

ଆୟୋଗ ଚଳିତ ସପ୍ତାହରେ ଆଡମିଟ୍‌ କାର୍ଡ ବା ପ୍ରବେଶ ପତ୍ର ଜାରି କରିବାର ଥିଲା। ମାତ୍ର ବର୍ତ୍ତମାନ ସଙ୍କଟକୁ ଦେଖି ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଣ୍ଣୟ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ସିଭିଲ୍ ସେବାର ପ୍ରିଲିମ୍ ପରୀକ୍ଷା ଲାଗି ପ୍ରତ୍ୟେକ ବର୍ଷ ପାଖାପାଖି ୧୦ ଲକ୍ଷ ପରୀକ୍ଷାର୍ଥୀ ନାମପଞ୍ଜିକରଣ କରନ୍ତି। ସମଗ୍ର ଦେଶରେ ୨୫୦୦ କେନ୍ଦ୍ରରେ ପରୀକ୍ଷା ଆୟୋଜିତ କରିବା ଲାଗି ପ୍ରାୟ ୧ ଲକ୍ଷ ୬୦ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.