କରୋନା ସଂକ୍ରମଣ ଭୟ: UPSC ପ୍ରିଲିମ୍‌ ସ୍ଥଗିତ, ଏହି ଦିନ ହେବ ପରୀକ୍ଷା

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩/୫: ସଂଘ ଲୋକ ସେବା ଆୟୋଗ (ୟୁପିଏସସି)ର ପ୍ରିଲିମ୍‌ ପରୀକ୍ଷା ୨୦୨୧ ସ୍ଥଗିତ । ୨୭ ଜୁନରେ ହେବାକୁ ଥିବା ପ୍ରାରମ୍ଭିକ ପରୀକ୍ଷା ଏବେ ୧୦ ଅକ୍ଟୋବର ୨୦୨୧ରେ ହେବ ବୋଲି ଜଣାପଡ଼ିଛି । କରୋନା ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ହୋଇଛି। ଏନେଇ ୟୁପିଏସସି ଅଧିକାରୀକ ଓ୍ବେବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି।

wp:embed {"url":"https://twitter.com/PTI_News/status/1392758941939994624","type":"rich","providerNameSlug":"twitter","responsive":true,"className":""}
https://twitter.com/PTI_News/status/1392758941939994624
/wp:embed

ୟୁପିଏସସି ସିଭିଲ୍‌ ସେବା ପରୀକ୍ଷା ୨୦୨୧ ଏବଂ ଭାରତୀୟ ବନ ସେବା ପରୀକ୍ଷା ୨୦୨୧ ପାଇଁ ଆବେଦନ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ହୋଇଥିଲା। ପ୍ରିଲିମ୍‌ ପରୀକ୍ଷାରେ ଦୁଇଟି ଅବଜେକ୍ଟିଭ୍‌ ଟାଇପ୍‌ ପେପର ଥାଏ। ଏହି ପରୀକ୍ଷାର ମାର୍କ ଫାଇନାଲ୍‌ ମେରିଟ୍‌ ଲିଷ୍ଟରେ ସାମିଲ କରାଯାଏ ନାହିଁ। ୟୁପିଏସସିରେ ଆବେଦନ ପାଇଁ ଆବେଦନକାରୀଙ୍କ ପାଖରେ କୌଣସି ଏକ ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନର ଡିଗ୍ରି ସାର୍ଟିଫିକେଟ୍‌ ଥିବା ଜରୁରୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.