ପ୍ରକାଶ ପାଇଲା UPSC ପ୍ରିଲିମ୍ସ-୨୦୨୧ ରେଜଲ୍ଟ

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯/୧୦: ୟୁପିଏସସି ସିଭିଲ ସର୍ଭିସ୍‌ ପ୍ରିଲିମନାରି ପରୀକ୍ଷା ୨୦୨୧ର ଫଳ ପ୍ରକାଶ ପାଇଛି । ଅକ୍ଟୋବର ୧୦ରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ପରୀକ୍ଷାର ରେଜଲ୍ଟ ଶୁକ୍ରବାର ରାତିରେ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ୟୁପିଏସସିର ଅଧିକାରୀକ ଓ୍ବେବସାଇଟ୍‌  upsc.gov.in.  ରେ ଯାଇ ଦେଖିପାରିବେ।

ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୟୁପିଏସସିର ପ୍ରିଲିମ୍‌ ରେଜଲ୍ଟ ପରୀକ୍ଷାର ୨୦ ଦିନ ଭିତରେ ପ୍ରକାଶିତ ହୋଇଛି । ପିଡିଏଫ୍‌ ଫର୍ମାଟରେ ଫଳ ପ୍ରକାଶ ପାଇଥିବା ବେଳେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଉଲ୍ଲେଖ ରହିଛି । ଚଳିତବର୍ଷ ପରୀକ୍ଷା ଜୁନ୍‌ ୨୭ରେ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟ​‌ରେ ଏହାକୁ ଅକ୍ଟୋବର ୧୦କୁ ଘୁଞ୍ଚାଇ ଦିଆଯାଇଥିଲା।

ଯେଉଁ ପ୍ରାର୍ଥୀ ପ୍ରିଲିମ୍‌ରେ କୃତକାର୍ଯ୍ୟ ହୋଇଥିବେ ସେମାନେ ମେନ୍‌ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପରୀକ୍ଷା ଜାନୁଆରୀ ୭, ୨୦୨୨ରେ ହେବ। ଫାଇନାଲ୍‌ ରେଜଲ୍ଟ ମେନ ଏବଂ ପର୍ସନାଲିଟି ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.