UPSC ପ୍ରିଲିମ୍ସ ପାଇଁ ତାରିଖ ଘୋଷଣା, ଅକ୍ଟୋବର ୪ରେ ପରୀକ୍ଷା

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୦୫।୦୬: ଶେଷରେ ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି। ସଂଘ ଲୋକ ସେବା ଆୟୋଗ(UPSC)ର ପ୍ରଶାସନିକ ସେବାର ପ୍ରିଲିମ୍ସ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ପ୍ରାରମ୍ଭିକ ପରୀକ୍ଷା ଅକ୍ଟୋବର ୪ରେ ହେବ।  ପ୍ରଥମେ ପରୀକ୍ଷା ମେ ୩୧ରେ  ହେବାର ଥିଲା। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା। ସଂଘ ଲୋକ ସେବା ଆୟୋଗ ନିଜର ସରକାରୀ ଓ୍ଵେବ୍‌ସାଇଟ୍‌ରେ ଶୁକ୍ରବାର ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛି। ପରୀକ୍ଷାର୍ଥୀ ସଂଘ ଲୋକ ସେବା ଆୟୋଗର ଓ୍ଵେବ୍‌ସାଇଟ୍ upsc.gov.inକୁ ଯାଇ ପରୀକ୍ଷା କାର୍ଯ୍ୟକ୍ରମ ବିଷୟରେ ଜାଣି ପାରିବେ।

କରୋନା ଭାଇରସ୍‌ ମହାମାରୀର ପ୍ରଭାବ ୟୁପିଏସସି ପରୀକ୍ଷା ଉପରେ ମଧ୍ୟ ପଡିଛି। ପ୍ରାରମ୍ଭିକ ପରୀକ୍ଷା ଅକ୍ଟୋବର ୪ରେ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ମେନ୍‌ ପରୀକ୍ଷା ଆସନ୍ତା ବର୍ଷ ଜାନୁଆରୀ ୮ରେ ଆୟୋଜିତ ହେବ। ଏହା ବ୍ୟତୀତ ୟୁପିଏସସି ଫୋରେଷ୍ଟ ସର୍ଭିସ୍‌ ପ୍ରାରମ୍ଭିକ ପରୀକ୍ଷା ମଧ୍ୟ ୨୦୨୦ ଅକ୍ଟୋବର ୪ରେ ଅନୁଷ୍ଠିତ  ହେବ। ୟୁପିଏସସିର ୨୦୧୯ ପରୀକ୍ଷାର  ବାକି ଇଣ୍ଟରଭ୍ୟୁ ୨୦୨୦ ଜୁଲାଇ ୨୦ରୁ ଆରମ୍ଭ ହେବ।

ଏହି ତାରିଖରେ ହେବ ପରୀକ୍ଷା

ୟୁପିଏସସି ପ୍ରିଲିମ୍ସ- ଅକ୍ଟୋବର ୪

ମେନ୍ ପରୀକ୍ଷା- ଜାନୁଆରୀ ୮

{"id":281588,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.