ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷାଫଳ : ୧୧୮ ରେଙ୍କରେ ଓଡିଶାର ସୌମ୍ୟ ରଞ୍ଜନ ରାଉତ
5/04/2019 at 7:39 PM

ଭୁବନେଶ୍ୱର ୫/୪ : ୨୦୧୮ ପାଇଁ ସିଭିଲ ସର୍ଭିସ ପରୀକ୍ଷାଫଳ ପ୍ରକାଶ ପାଇଛି | ଏଥିରେ କନିଷ୍କ କାଟାରିୟା ଟପର ହୋଇଛନ୍ତି | ସେହିଭଳି ଦ୍ୱିତୀୟ ସ୍ଥାନରେ ଅକ୍ଷତ ଜୈନ ରହିଥିବାବେଳେ ତୃତୀୟ ସ୍ଥାନରେ ଜୁନେଦ ଅହମଦ, ଚତୁର୍ଥ ସ୍ଥାନରେ ଶ୍ରେୟାନ୍ସ କୂମତ ରହିଛନ୍ତି | ୧୧୮ ରେଙ୍କ ରେ ଓଡିଶାର ସୌମ୍ୟ ରଞ୍ଜନ ରାଉତ, ୧୧୯ ରେଙ୍କରେ ଉପାସନା ମହାପାତ୍ର, ୨୩୫ ରେଙ୍କରେ ଜୁବିନ ମହାପାତ୍ର, ୪୫୬ ରେଙ୍କରେ ଶୁଭେନ୍ଦୁ କୁମାର ପାତ୍ର, ୪୭୮ ରେଙ୍କରେ ସୋମାଲୀନ ଶୁଭଦର୍ଶିନୀ, ୫୦୦ ରେଙ୍କରେ ସୁଧାଂଶୁ ନାୟକ ରହିଛନ୍ତି |
ସୂଚନାଯୋଗ୍ୟ ଯେ, ୟୁପିଏସସି ଦ୍ୱାରା ପରିଚାଳିତ ୨୦୧୮ ମସିହା ସିଭିଲ ସର୍ଭିସ ପରୀକ୍ଷାରେ ୭୫୯ ଜଣ କୃତକାର୍ଯ୍ୟ ହୋଇଛନ୍ତି |

