Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ସିଭିଲ ସର୍ଭିସ ପରୀକ୍ଷା ୨୦୧୮ ଟପର କନିଷ୍କ କଟାରିୟା : ବାପା, ମା’, ପ୍ରେମିକାଙ୍କୁ ଦେଲେ ଧନ୍ୟବାଦ

6/04/2019 at 1:05 PM

ନୂଆଦିଲ୍ଲୀ ୬/୪ : ଆଇଆଇଟି ମୁମ୍ବାଇରୁ ବିଟେକ ପାସ କରି କନିଷ୍କ କଟାରିୟା ସିଭିଲ ସର୍ଭିସ ପରୀକ୍ଷା ୨୦୧୮ରେ ଶୀର୍ଷ ସ୍ଥାନ ହାସିଲ କରିଛନ୍ତି | କନିଷ୍କଙ୍କ ଘର ରାଜସ୍ଥାନରେ | ସଂଘ ଲୋକ ସେବା ଆୟୋଗ ଶୁକ୍ରବାର ସନ୍ଧ୍ୟାରେ ପରୀକ୍ଷାଫଳ ଘୋଷଣା କରିଛନ୍ତି | କନିଷ୍କ ନିଜ ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି | ସେ କହିଛନ୍ତି ଯେତେବେଳେ ପରୀକ୍ଷାଫଳ ଘୋଷଣା ହୋଇଥିଲା ସେହି ମୁହୂର୍ତ୍ତ ତାଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ ଥିଲା | କାରଣ ସେ ପ୍ରଥମ ସ୍ଥାନ ପାଇବେ ବୋଲି କେବେ ଆଶା କରିନଥିଲେ | ନିଜର ସଫଳତା ପାଇଁ ସେ ନିଜ ବାପା, ମା’, ଭଉଣୀ ଏବଂ ପ୍ରେମିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଭବିଷ୍ୟତରେ ସେ ଜଣେ ଭଲ ପ୍ରଶାସକ ହେବେ ବୋଲି କହଛନ୍ତି |


ପରୀକ୍ଷାଫଳ ଅନୁଯାୟୀ, ଆଇଏଏସ, ଆଇଏଫଏସ ଏବଂ ଅନ୍ୟାନ୍ୟ ଳେନ୍ଦ୍ରିୟ ସେବା ପାଇଁ ଚୟନ କରାଯାଇଥାଏ |
ମହିଳାମାନଙ୍କ ମଧ୍ୟରେ ଭୋପାଲର ସୃଷ୍ଟି ଜୟନ୍ତ ଦେଶମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |


ୟୁପିଏସସି ସୂଚନା ଅନୁଯାୟୀ, ୭୫୯ ଜଣ ପ୍ରାର୍ଥୀ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି | ଏଥିରେ ୫୭୭ ଯୁବକ ଏବଂ ୧୮୨ ମହିଳା ଅଛନ୍ତି | ଏସସି ବର୍ଗର କନିଷ୍କ କଟାରିୟା ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି | କନିଷ୍କ କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂରେ ବିଟେକ କରିଛନ୍ତି |

   Related Posts