Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମିଳିଲା ଅନୁମତି, ପରୀକ୍ଷା ସେଣ୍ଟର ଚୟନ କରିପାରିବେ UPSC ପରୀକ୍ଷାର୍ଥୀ

2/07/2020 at 9:25 AM

ଭୁବନେଶ୍ବର ୨।୭: UPSC ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସେଣ୍ଟର ଚୟନ ପାଇଁ ମିଳିଲା ଅନୁମତି । ପ୍ରିଲିମସ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସେଣ୍ଟର ପସନ୍ଦ କରିବା ପାଇଁ UPSC ପକ୍ଷରୁ ଅନୁମତି ଦିଆଯାଇଛି । କେନ୍ଦ୍ର ଲୋକସେବା ଆୟୋଗ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ବହୁ ସଂଖ୍ୟାରେ ପରୀକ୍ଷାର୍ଥୀ ଏଥିପାଇଁ ନିବେଦନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଉଭୟ ପ୍ରିଲିମିନାରୀ ଏବଂ ଫାଇନାଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନେ ସେଣ୍ଟର ବଦଳାଇପାରିବେ ।

ସିଭିଲ ସର୍ଭିସ ପରୀକ୍ଷା ବ୍ୟତୀତ ଇଣ୍ଡିଆନ ଫରେଷ୍ଟ ସର୍ଭିସ ପରୀକ୍ଷା ପାଇଁ ମଧ୍ୟ ସେଣ୍ଟର ପରିବର୍ତ୍ତନ ସୁଯୋଗ ମିଳିବ । ସମସ୍ତ ଆବେଦନକାରୀ ଦୁଇଟି ପର୍ଯ୍ୟାୟରେ ଏପରି କରିବା ପାଇଁ ସୁଯୋଗ ପାଇବେ । ଏଥିପାଇଁ ଜୁଲାଇ ୭ରୁ ୧୩ ଏବଂ ଜୁଲାଇ ୨୦ରୁ୨୪ ତାରିଖ ମଧ୍ୟରେ ଏଥିପାଇଁ ଲିଙ୍କ୍ ଉପଲବ୍ଧ ହେବ ।

ତେବେ UPSC ପକ୍ଷରୁ କୁହାଯାଇଛି ଯେ, କେତେକ ପରୀକ୍ଷା କେନ୍ଦ୍ରରେ ଆଉ କିଛି ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରିହେବ ବୋଲି ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ସୂଚନା ଦେବା ପରେ ତାହା ପୂରଣ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଗୋଟିଏ ପରୀକ୍ଷା ସେଣ୍ଟରରେ ସିଟ୍ ସଂଖ୍ୟା ପୂରଣ ହେବା ପରେ ଆଉ ଅନ୍ୟ ପରୀକ୍ଷାର୍ଥୀ ସେହି ସେଣ୍ଟରକୁ ବାଛିପାରିବେ ନାହିଁ । ତେଣୁ ଯେଉଁମାନେ ପ୍ରଥମେ ଆବେଦନ କରିବେ ସେହିମାନେ ଏହି ସୁଯୋଗ ପାଇପାରିବେ ବୋଲି UPSC ପକ୍ଷରୁ କୁହାଯାଇଛି ।

   Related Posts